ଡିଜିଟାଲ୍ ଫସଲ ସର୍ବେକ୍ଷଣ ସଚେତନତା କାର୍ଯ୍ୟକ୍ରମ
।ା ପ୍ରଭାନୁ୍ୟଜ ।ା ବାଙ୍କୀ : କୃଷି ଓ କୃଷକ ସଶକ୍ତିକରଣ ପକ୍ଷରୁ ଡମପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଡିଜିଟାଲ୍ ଫସଲ ସର୍ବେକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୃଷି ବିଭାଗର ଷ୍ଟାଡିଙ୍ଗ୍ ବିଭାଗ ଅଧ୍ୟକ୍ଷ ଆଶିଷ କୁମାର ସାହୁ ଯୋଗ ଦେଇ ଡିଜିଟାଲ୍ ଫସଲ ସର୍ବେକ୍ଷଣ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରୀୟ ଜୋନ୍ ଜିଲ୍ଲାପରିଷଦ ଅଧ୍ୟକ୍ଷା ମିନତୀ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ବିଶ୍ୱନାଥ ଦାସ, ବ୍ଲକ କୃଷି ଅଧିକାରୀ ପ୍ରକାଶ ରଞ୍ଜନ ଦାସ, ସହକାରୀ ଉଦ୍ୟାନ ସ୍ମୃତି ରେଖା ସାହୁ, ବିଡିଓ ଅଂଶୁମାନ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡମପଡ଼ା ତହସିଲଦାର ସୂଚୀସ୍ମିତା ଦାସ ସଭାପତିତ୍ୱ କରିଥିଲେ । ଏହି ସର୍ବେକ୍ଷଣ ଦ୍ୱାରା ·ଷୀମାନେ ମୋବାଇଲ୍ ଆପ୍ ଜରିଆରେ ଫସଲର କ୍ଷେତ୍ରସ୍ତରୀୟ ସଠିକ୍ ତଥ୍ୟ ସଂଗ୍ରହ କରିପାରିବେ । ଶେଷରେ ସହକାରୀ କୃଷି ଅଧିକାରୀ ପ୍ରଜ୍ଞାପରମିତା ଧନ୍ୟବାଦ ଅର୍ପଣ କରିଥିଲେ ।