ପୁଲିସ ସହଯୋଗରେ ଘରେ ପହଞ୍ଚିଲେ ରାମ

  ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ପୋଲିସର କର୍ତ୍ତବ୍ୟ ନିଷ୍ଟା ଓ ଦାୟିତ୍ୱବାନ କାର୍ଯ୍ୟ ପାଇଁଁ ବାଟବଣା ହୋଇଥିବା ଜଣେ ଯୁବକ ଆଜି ପରିବାର ବର୍ଗଙ୍କ ନିକଟରେ ପହଞ୍ଚି ପାରିଛି । 
ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ମାଣିଆ ବନ୍ଧ ଗ୍ରାମର ଯୁବକ ରାମ ମୁଣ୍ଡା  ପନ୍ଦର ଦିନ ପୂର୍ବରୁ ବାଟବଣା ହୋଇ ଆଉ ଘରକୁ ଫେରି ନଥିଲେ । ଗତ ଆଠ ତାରିଖ ଶନିବାର ଦିନ ପ୍ରାୟ ୧୨ଟା ବେଳେ ଭଣ୍ଡାରିପୋଖରୀ ଥାନା ରାଢୋ ଛକ ଠାରେ ଜଣେ ଲୋକ ସନେ୍ଦହ ଜନକ ଭାବେ ବୁଲାବୁଲି କରୁଥିବା ସ୍ଥାନୀୟ ଦୁଇ ଜଣ ଯୁବକ ଦେଖିଥିଲେ । ଯୁବକ ଦ୍ୱୟ ବ୍ୟକ୍ତି ଜଣଙ୍କୁ ପଚରାଉଚରା କରିବାରୁ ତା ଘର ମାଣିଆ ବନ୍ଧ ଗାଁରେ ବୋଲି ଜାଣିବାକୁ ପାଇଥିଲେ । ବାଟବଣା ହୋଇ ଚାଲି ଆସିଥିବା ବ୍ୟକ୍ତି ଜଣକ ଆଉ ଘରକୁ ଫେରି ପାରିବ ନାହିଁ ବୋଲି ସ୍ଥାନୀୟ ଯୁବକ ଦୁଇ ଜଣ ଜାଣିବା ପରେ ଗଣମାଧ୍ୟମ ପ୍ରତିନିଧି ଦୁର୍ଯେ୍ୟାଧନ ଲେଙ୍କାଙ୍କୁ ଜଣାଇଥିଲେ । ସାମ୍ବାଦିକ ଶ୍ରୀ ଲେଙ୍କା ଏନେଇ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଏବଂ ହରିଚନ୍ଦନପୁର ଥାନା ଅଧିକାରୀଙ୍କ ସହିତ କଥାବାର୍ତ୍ତା ହୋଇ ଯୁବକଙ୍କ ଜରିଆରେ ବ୍ୟକ୍ତି ଜଣଙ୍କୁ ସ୍ଥାନୀୟ ଥାନାକୁ ଆଣିଥିଲେ । ଥାନା ସହକାରୀ ଅଧିକାରୀଣି ଇଭାରାଣୀ ପରିଡା ପରିବାର ବର୍ଗଙ୍କୁ ଜଣାଯାଇଥିଲେ ସୁଦ୍ଧା ସେମାନେ ବାଟବଣା ହୋଇଥିବା ରାମକୁ ନେବା ପାଇଁଁ ଆସିନଥିଲେ । ଦୀର୍ଘ ପାଞ୍ଚ ଦିନ ଧରି ତାଙ୍କୁ ଥାନାରେ ପୋଲିସ କର୍ମଚାରୀ ମାନେ ବେଶ ଆମୋଦ ପ୍ରମୋଦ ସହକାରେ ରଖିଥିଲେ । ଘର ଲୋକ ନ ଆସିବାରୁ ଆଜି ସହକାରୀ ଅଧିକାରୀ ମହାପ୍ରସାଦ ନାୟକଙ୍କ ନିଦେ୍ର୍ଦଶ କ୍ରମେ ଅନ୍ୟତମ ଅଧିକାରୀ ଉଦୟଭାନୁ ପାତ୍ର ବାଟବଣା ହୋଇଥିବା ରାମକୁ ନେଇ ମାଣିଆ ବନ୍ଧ ଗାଁରେ ତା ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ପୋଲିସର ଏଭଳି ନିଷ୍ଠାପର ଦାୟିତ୍ୱକୁ ନେଇ ସବୁ ଦିଗରୁ ପ୍ରଶଂସା କରାଯାଇଛି ।