ସ୍କୁଲ ରାସ୍ତା ପାଲଟିଛି ମରଣଯନ୍ତା
ଆନନ୍ଦପୁର : ଦୀର୍ଘବର୍ଷ ତଳୁ ନିର୍ମିତ ହୋଇଥିବା ସରସ୍ୱତୀ ଶିଶୁ ମନ୍ଦିରର ରାସ୍ତା ପାଲଟିଛି ମରଣଯନ୍ତା । ଏନେଇ ବିଦ୍ୟାଳୟ ପରିଚାଳନା କମିଟି ପୌର ପରିଷଦକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ । ଅଭିଯୋଗ ଅନୁଯାଇ ସ୍କୁଲରେ ୪୭୦ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବାବେଳେ, ବିଦ୍ୟାଳୟକୁ ଯାଇଥିବା ରାସ୍ତାର ପାର୍ଶ୍ୱରେ ବିରାଟ ଲମ୍ବା ଖାଲ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ରହିଛି । ଯଦ୍ୱାରାକି ଏହି ରାସ୍ତା ଦେଇ ଅଭିଭାବକ, ଛାତ୍ରଛାତ୍ରୀ ଯିବା ଆସିବା କରିବାକୁ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବିଭିନ୍ନ ସାହିର ବର୍ଷା ପାଣିଠାରୁ ଆରମ୍ଭ କରି ଆବର୍ଜନା ପାଣି ଏହି ଖାଲ ଦେଇବିଲ ମାନଙ୍କୁ ଯାଇଛି । ସମସ୍ୟାକୁ ନେଇ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହରେକୃଷ୍ଣ ପତି, ସଭାପତି ଉଷାରାଣୀ ଯେନା, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଉପସଭାପତି ଜଗନ୍ନାଥ ସିଂଙ୍କ ସମେତ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିବା ସହିତ ସମସ୍ୟାର ସମାଧାନ ନିମିତ ପୌର କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ୟାର କିପରି ସ୍ଥାୟୀ ସମାଧାନ ହୋଇପାରିବ ସେନେଇ କାର୍ଯ୍ୟ କଲେ ସମସ୍ୟାର ସମାଧାନ ହୋଇପାରିବା ସହିତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ ବୋଲି କୁହାଯାଇଛି ।