ସୂଚନା ଓ ଲୋକସମ୍ପର୍କ ବିଭାଗ ଉତ୍ତରାଞ୍ଚଳ ଉପ-ନିଦେ୍ର୍ଦଶକଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର : ସୂଚନା ଓ ଲୋକସମ୍ପର୍କ ବିଭାଗ, ଉତ୍ତରାଞ୍ଚଳ ଉପ-ନିଦେ୍ର୍ଦଶକ କଲ୍ୟାଣୀ ଦାଶ ଚଳିତ ମାସ ୨୧ ଓ ୨୨ ତାରିଖରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ତଥା ପାଠାଗାରର ନିରୀକ୍ଷଣ କରିଛନ୍ତି । ଏଥି ସହିତ ଜିଲ୍ଲା ସଦର ମହକୁମାଠାରେ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ କାର୍ଯ୍ୟ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କର୍ମଚାରୀ ମାନଙ୍କ ସହ ଆଗାମୀ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବୈଠକ କରିଥିଲେ । ସମସ୍ତ କାର୍ଯ୍ୟ ତନଖି କରିବା ପରେ ଶ୍ରୀମତୀ ଦାଶ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।