ଦଳପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଦଳପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ପାଣିକୋଇଲି, : ସଦ୍ୟ ବିଜେଡ଼ିରେ ସାମିଲ ହୋଇଥିବା ନେତାଙ୍କୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଆଜି ଚନ୍ଦ୍ରକାନ୍ତ ଖଣ୍ଡାଇଙ୍କ ସହ ଗୋଳେଇପୁର ପଞ୍ଚାୟତ ସରପଞ୍ଚ  ସସ୍ମିତା ମାଝୀ, ସମିତିସଭ୍ୟା ପୁର୍ଣିମା ମାଝି, ପାଣିକୋଇଲି ସମିତିସଭ୍ୟ ସୁଜାତା ଘଡ଼େଇ, ଶଶିକାନ୍ତ ମାଝି, ସୁଧାଂଶୁ ଘଡ଼େଇ, କରୁଣାକର ମାଝି, ପ୍ରଫୁଲ୍ଲ ମାଝି, ଗୋଳେଇପୁର ନାଏବ ସରପଞ୍ଚ ଏସ୍.କେ ହାସିମ୍ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ବିଜେଡ଼ିରେ ସାମିଲ୍ ହେବା ପରେ ନବୀନ ନିବାସରୁ ଡକାରା ପାଇ ଭେଟିଥିଲେ । ଟିମ୍ରେ ଛାତ୍ରନେତା ଦେବବ୍ରତ ମହାପାତ୍ର, ଆଲୋକ ରାଉତରାୟ, ସ୍ୱପ୍ନାନନ୍ଦ ଦାସ୍, ସଂଗ୍ରାମ ସାହୁ, ରାକେଶ ଯେନା ପ୍ରମୁଖ ସାମିଲ ଥିଲେ ।