ମାର୍କେଟ କମ୍ପ୍ଲେକ୍ସରେ ତାଲା 

 ଢେଙ୍କାନାଳ: ଢେଙ୍କାନାଳ ସହର ଗଣେଶ ବଜାରର ରଥଗଡା ସ୍ଥିତ ମାର୍କେଟ କମ୍ପଲେକ୍ସ ବିପଦସଂକୁଳ ଅବସ୍ଥାରେ ରହିଥିବା କହି ଘର ଛାଡିବାକୁ ମ୍ୟୁନିସ୍ପାଲଟି ନୋଟିସ୍ ଦିଆଯାଇଥିଲା । ତେବେ ଦୋକାନ ଦେଇଥିବା ବ୍ୟକ୍ତିମାନେ ତାହାକୁ ଛାଡୁ ନଥିବାରୁ ଆଜି ପୂର୍ବାହ୍ନରେ ପୌର ପ୍ରଶାସନ ସେଠାରେ ପହଂଚି ତାଲା ପକାଇ ଥିଲା । ତେବେ ଏହାକୁ ନେଇ ସଂପୃକ୍ତ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦଇଛି ।  ସହରର ଗଣେଶଶବଜାର ଠାରେ ପୌରସଂସ୍ଥାର ୨୦ ଟି ଦୋକାନ ଗୃହ ଥାଇ ରହିଥିବା ମାର୍କେଟ କମ୍ପଲେକ୍ସକୁ ଗତ ସେପ୍ଟେମ୍ବର ମାସରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ମାର୍କେଟ କମ୍ପଲେକ୍ସର ଦୋକାନଘର ଗୁଡିକ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବାରୁ ଧନଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି କହି କମ୍ପଲେକ୍ସ ସ୍ଥିତ ଦୋକାନୀମାନଙ୍କୁ ୧୮ ତାରିଖ ସୁଧା  ଖାଲି କରିବାଲାଗି ପୌର ପ୍ରଶାସନ ପକ୍ଷରୁ ନୋଟିସ କରାଯାଇଥିଲା ।  ଦୋକାନୀମାନେ ଘରଗୁଡିକୁ ଖାଲି ନକରି ବ୍ୟବସାୟ କରୁଥିଲେ । ଆଜି ପୌର ନିର୍ବାହୀ ଅଧିକାରୀ ଓ କର୍ମଚାରୀମାନେ ସେଠାରେ ପହଂଚି ଦୋକାନରେ ତାଲା ପକାଇଦେଇଥିଲେ ।  ଏହାକୁ ନେଇ ଦୋକାନୀମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ନୋଟିସ ପାଇବାପରେ ଦୋକାନୀମାନେ କୋର୍ଟରେ କେସ କରିଛନ୍ତି । ଜିଲ୍ଲାପାଳ ଏହାର ତର୍ଜମା କରିବା ପରେ ଅନସେଫ ଘୋଷଣା ହୋଇଥିବାରୁ ଭାଙ୍ଗିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି । ତେବେ ସେଠାରେ ନୂତନ ଗୃହ ନିର୍ମାଣ କରାଯାଇ ପୂର୍ବରୁ ଥିବା ଦୋକାନୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୋକାନୀମାନେ  ଚାହିଁଲେ ଭେଣ୍ଡିଙ୍ଗଜୋନ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।