ବୃଦ୍ଧଙ୍କୁ ମାରିଲା ଦନ୍ତା ହାତୀ
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ହାତୀ ଆତଙ୍କ ।ଆମ୍ବ ଗୋଟାଇବାକୁ ଯାଇଥିବା ଜଣେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା । ଶନିବାର ଭୋରରେ ଛେଣ୍ଡିପଦା ବ୍ଲକ କଣଲୋଇ ଭାଗମୁଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ସେହି ଗ୍ରାମର ପ୍ରସନ୍ନ ନାଏକ (୬୫ ବର୍ଷ) ବୋଲି ଜଣାପଡିଛି । ସୂଚନା ମୁତାବକ, ଶନିବାର ଭୋର ୫ଟା ସମୟରେ ପ୍ରସନ୍ନ ନାଏକ ଘର ପାଖରେ ଥିବା ଆମ୍ବ ବୋରିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେଠାରେ ପୂର୍ବରୁ ଥିବା ଏକ ଦନ୍ତା ହାତୀ ତାଙ୍କୁ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରସନ୍ନଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।