କାହା ସ୍ୱାର୍ଥରେ ‘ନୋ’ ଏଣ୍ଟ୍ରି : ହାତଗୁଞ୍ଜା ଦେଲେ ସବୁ ମାଫ୍
ତାଳଚେର : ତାଳଚେର ପବିତ୍ର ମୋହନ ଛକ ଠାରୁ ଆରମ୍ଭ କରି ସାପ୍ତାହିକ ଶନିହାଟ ଦେଇ ହାଣ୍ଡିଧୂଆଁ ଯାଇଥିବା ରାସ୍ତାରେ ଲୋକଙ୍କର ଯାତାୟତର ସୁବିଧା ପାଇଁ ‘ନୋ’ ଏଣ୍ଟି୍ର ଲାଗିଛି । ଏହି ରାସ୍ତାରେ ଛୋଟରୁ ବଡଗାଡି ଦୈନିକ ଯାତାୟତ କରୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ୍ର ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛକ ସ୍ଥାନରେ ଟ୍ରାଫିକ୍ ପୋଲିସ୍ ନିଯୁକ୍ତି ହୋଇଥିଲେ ମଧ୍ୟ ମାଟି, ବାଲି ଇତ୍ୟାଦି ଟ୍ରକଗୁଡିକ ଖୁଲମଖୁଲା ଭାବେ ଯାତାୟତ କରୁଥିବା ଅଭିଯୋଗ ହେଉଛି । ଏପରିକି ସାପ୍ତାହିକ ହାଟକୁ ହଜାର ହଜାର ଲୋକ ନିଜର ସାମଗ୍ରୀ ବିକ୍ରିବଟା ପାଇଁ ଆସିଥାନ୍ତି । ସେହିଦିନ ଉକ୍ତ ରାସ୍ତାଟି ଚଳଚଞ୍ଚଳ ହୋଇପଡିଥିଲେ ମଧ୍ୟ ସେହି ଦ୍ରୁତଗତିରେ ଭାରିଯାନଗୁଡିକ ଯାଉଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏଠାରେ ରାସ୍ତା ସାରା ବାଲି ମିଶ୍ରିତ କଉଡି, ମାଟି, ଗୁଡି, ପାଉଁଶ ପଡୁଥିବାରୁ ଲୋକମାନଙ୍କ ଯାତାୟତରେ ଘୋର ବାଧାପ୍ରାପ୍ତ ହୋଇଥାଏ । ତେବେ ଏଠାରେ ପ୍ରଶ୍ନ ଉଠେ ନଦୀଘାଟ ନିଲାମି ହୋଇନଥିବା ବେଳେ ମାଫିଆମାନେ କିଭଳି ବାଲି ଚାଲାଣ କରୁଛନ୍ତି ? ଏହି ଛକ ଠାରୁ ମାତ୍ର ଅଧାକିମି ଦୂରରେ ଖଣି ଉପନିଦେ୍ର୍ଦଶକ କାର୍ଯ୍ୟାଳୟ ରହିଥିଲେ ହେଁ ଏଥିପ୍ରତି ସେମାନଙ୍କର ନିଘା ନାହିଁ ନା ସବୁ ଜାଣି ଅଜଣା ହେଉଛନ୍ତି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋରଧରିଛି । ସେହି ଭଳି ଛୋଟ ଯାନ ଗୁଡିକରେ ଲୁହା, କାଠ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚୋରା ସାମଗ୍ରୀ ଦ୍ରୁତଗତିରେ ଚଳପ୍ରଚଳ କରୁଥିବା କୁହାଯାଉଛି । ତେବେ ପୋଲିସ୍ ମୁତୟନ ସତ୍ତ୍ୱେ୍ୱ ନୋ’ଏଂଟ୍ରି ଲାଗିଥିବା ଏହି ରାସ୍ତାରେ କିପରି ଦ୍ରୁତଗତିରେ ଭାରିଯାନଗୁଡିକ ଚଳପ୍ରଚଳ କରୁଛି ? ସେଠାରେ ଥିବା ପୋଲିସ୍ କିପରି ଉକ୍ତ ଗାଡିଗୁଡିକୁ ଛାଡି ଦେଉଛନ୍ତି ଉପରସ୍ଥ ଅଧିକାରୀମାନେ ଏହାର ତଦନ୍ତ କେଉଁ ପରିମାଣରେ କରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ତେଣୁ ହାତଗୁଞ୍ଜା ଦେଲେ ସବୁ ମାଫ୍ ହୋଇଯାଇଛି ବୋଲି ଧାରଣା ଦୃଢ଼ୀଭୂତ ହେବା ସ୍ୱାଭାବିକ ।
 
 Rasmita Behera
                                    Rasmita Behera                                 
    
 
    
 
 
 
