ଅଗ୍ନି ବିପନ୍ନଙ୍କୁ ସହାୟତା
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ଅଢାଖଣ୍ଡ ଗ୍ରାମରେ ଗ୍ୟାସ ଫାଟି ରବୀନ୍ଦ୍ର ମଳିକଙ୍କ ଘର ପୋଡି ଯାଇଛି । ଖବର ପାଇ କେନ୍ଦ୍ରପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ପକ୍ଷରୁ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚô କମଳ, ଫଳ, ବସ୍ତ୍ର ପ୍ରଦାନ କରିଥିଲେ । ସଂଗଠନ ପକ୍ଷରୁ ସଭାପତି ବୀଜ୍ୟ କୁମର ଦାସ, ସମ୍ପାଦକ ପ୍ରକାଶ ମହାନ୍ତି, ପ୍ରିୟବ୍ରତ ବିଶ୍ୱାଳ, ରଶ୍ମି ରଞ୍ଜନ ସାମଲ, ପ୍ରତିମା ବାରିକ, ଅଖିଲ ସୁତାର, ଅମିୟ ମହାରଣା, ସନ୍ତୋଷ ତରାଇ, ଦାଶରଥି ସାହୁ , ଦେବାଶିଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।