ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ସୋସୋ ଥାନା ଅନ୍ତର୍ଗତ ଭରଡ଼ାଗଡିଆ ଗ୍ରାମର ବିଶିଷ୍ଟ ସମାଜସେବୀ ଗୋପିନାଥ ରାଉତ (୬୨)ଙ୍କ ପରଲୋକ ଘଟିଛି । ସ୍ୱର୍ଗତ ରାଉତ ଗତ କିଛି ମାସ ହେଲା କର୍କଟ ରୋଗରେ ପୀଡିତ ଥିଲେ । ସ୍ୱର୍ଗତ ରାଉତଙ୍କ ଦେହାନ୍ତ ଖବର ପାଇ ଆଖ ପାଖ ଗ୍ରାମର ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ବାସ ଭାବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ରାଉତ ଗ୍ରାମର ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ଥିବା ବେଳେ ପ୍ରଚଣ୍ଡ ଆଧ୍ୟାତ୍ମିକ ଚେତନବାଦୀ ବ୍ୟକ୍ତି ଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପନôୀ ଶଶୀରେଖା, ପୁଅ କୁଳମଣୀ, ଅଶୋକ, ବୋହୁ ପଙ୍କଜିନୀ, ପୂଜାରାଣୀ, ଝିଅ ରୀନା, ଜ୍ୱାଇଁ ମଣିନାଥ, ନାତି ମୃତୁ୍ୟଞ୍ଜୟ, ନାତୁଣୀ ସାଇପଲ୍ଲବୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପୁତ୍ର କୁଳମଣୀ ମୁଖାଗ୍ନୀ ଦେଇଥିଲେ ।