୧୧୮ ବର୍ଷରେ ଭବାନୀବିନ୍ଧା ଗଣେଶ ପୂଜା
ଭଦ୍ରକ : ୧୯୦୭ ମସିହାରୁ ସମ୍ପୂର୍ଣ ରୀତି ନୀତିରେ ଆରମ୍ଭ ହୋଇଥିବା ବାବା ଗଣେଶଙ୍କ ଦଶ ଦିବସୀୟ ପୂଜାର୍ଚ୍ଚନା ଚଳିତ ବର୍ଷ ମଧ୍ୟ ବାବା ଗଣପତିଙ୍କ ମଣ୍ଡପରେ ମହା ଆଡମ୍ବରରେ ଚାଲିଛି । ଭଦ୍ରକ ଇଚ୍ଛାପୁର ଭବାନୀବିନ୍ଧା ଗଣେଶ ପୂଜା କମିଟି ପକ୍ଷରୁ ଦଶ ଦିନ ଧରି ପୂଜାର୍ଚ୍ଚନା ହୋଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଧାର୍ମିକ ପ୍ରବଚନ ସହିତ ସଂସ୍କୃତି ଭିତ୍ତିକ ପିଲାଙ୍କ ନୃତ୍ୟ ସଂଗୀତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସାଂସ୍କୃତିକ ସଭା ଶିକ୍ଷାବିତ୍ ଶ୍ରୀଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି କମିଟି ଉପଦେଷ୍ଟା ହେମନ୍ତ ପାଢ଼ୀ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସଂଘ ସଭାପତି ଜ୍ଞାନ ପ୍ରକାଶ ପାଣି, ଯୁବ ନେତା କାଳିଆ ପଣ୍ଡା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅନୁଷ୍ଠାନ ଆମ ଧର୍ମ ସଂସ୍କୃତି ପାଇଁ ଏକ ଉଦାହରଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମଞ୍ଚରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କମିଟି ସଭାପତି ଗଦାଧର ଖମୁରାଇ ସମ୍ପାଦକ, ସମ୍ପାଦକ ସିଲୁ ସାହୁ, ଉପସଭାପତି ଜ୍ଞାନ ରଞ୍ଜନ ପାଢ଼ୀ ପ୍ରମୁଖ ଉପସ୍ଥିତଥିଲେ । କର୍ମକର୍ତ୍ତା ଟୁନା ମହାନ୍ତି, ସୁକାନ୍ତ ଖାମୁରାଇ, ଚଗୁଲୁ ପାଳ, ଗୋବିନ୍ଦ ଖାମୁରାଇ, ଟୁନା ଖାମୁରାଇ, ଦୁର୍ଗା ଜେନା, ଭବାନୀ ଜେନା ପ୍ରମୁଖ ପରିଚାଳନା କରୁଛନ୍ତି ।