ଗଣେଶ ପୂଜାରେ ଝଲସୁଛି ତାଳଚେର
ାା ପ୍ରଭାନୁ୍ୟଜ ।ା ତାଳଚେର : ଗଣେଶ ପୂଜା ପାଇଁ ବେଶ୍ ପ୍ରସିଦ୍ଧ ଲାଭ କରିଥିବା ତାଳଚେର ସହର ଏବେ ଉତ୍ସବ ମୁଖର ହୋଇପଡ଼ିଛି । ୮୦ରୁ ଉର୍ଦ୍ଧ୍ୱ ମଣ୍ଡପରେ ଜାକଜମକରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ । ସମଗ୍ର ସହର ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠିଛି । ପାଗ ଶୁଖୁଲା ରହିବାରୁ ଭିଡ଼ ଅଧିକ ହୋଇଛି । ହାଣ୍ଡିଧୁଆ ଓ ଶମାଛକ, ଆଇଟିଆଇ ରୋଡୁ, ସାଇ, ହିଙ୍ଗୁଳା, ଜଗନ୍ନାଥ ମାର୍କେଟ ଓ କଳିଙ୍ଗ ମାର୍କେଟ, ହାଟତୋଟା ବଜାର, ମୁ୍ୟନିସିପାଲିଟି ମାର୍କେଟ, ହାଟତୋଟା ରୋଡ୍, ତାମ୍ରିଟ ମାର୍କେଟ, ବାଇପାସ୍ ବଜାର ଅଞ୍ଚଳ, କଲେଜ ରୋଡ଼, ରାମଚନ୍ଦ୍ର ବଜାର, ଚିତ୍ରକୂଟ ବଜାର, କିଶୋରଗଞ୍ଜ ପାଟଣା, ମାରୱାଡିପଟି, ନୂଆ ବଜାର, ବଡ଼ବଜାର, ବିରାଦରପଡ଼ା, ତ୍ରିନାଥ କ୍ଲବ୍, ମହାବଳପଡ଼ା ସମତେ ୮୦ରୁ ଅଧିକ ପୂଜାମଣ୍ଡପରେ ପ୍ରଭୁ ଗଜାନନଙ୍କ ଚାଲିଛି ପୂଜାର୍ଚ୍ଚନା । ପୌରାଣିକ ବିଷୟବସ୍ତୁ ଉପରେ ମଧ୍ୟ ଅନେକ ପୂଜା ମଣ୍ଡପକୁ ସଜ୍ଜିତ କରାଯାଇଛି । ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ସହରକୁ ୪ଟି ସେକ୍ଟରରେ ବିଭକ୍ତ କରାଯାଇ ବିଭିନ୍ନ ସ୍ଥାନରେ ପୁଲିସ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି । ବଡ଼ସାହି ସେକ୍ଟରରେ ଦୁଷ୍ମନ୍ତ କୁମାର ସିଂହ, ଫାଷ୍ଟଗେଟ୍ ସେକ୍ଟରରେ ସନ୍ତୋଷ କୁମାର ସେଠୀ, ହାଟତୋଟା ମଙ୍ଗଳାମନ୍ଦିର ସେକ୍ଟରରେ ମନୋଜ କୁମାର ପ୍ରଧାନ ଓ ଶମାଛକ ସେକ୍ଟରରେ ଆରକ୍ଷୀ ନିରୀକ୍ଷକ ଦିଲ୍ଲୀପ କୁମାର ଲାକ୍ରାଙ୍କୁ ଦାୟିତ ଦିଆଯାଇଛି । ପ୍ରତି ଦୁଇଟି ସେକ୍ଟର ପାଇଁ ଜଣେ ଲେଖାଏଁ ଡିଏସ୍ପିଙ୍କୁ ଦାୟିତ୍ୱ ଦିଆଯାଇଛି । ୧ ଓ ୨ନମ୍ବର ସେକ୍ଟର ପାଇଁ ପାଲଲହଡ଼ା ଏସ୍ଡିପିଓ ଇନ୍ଦୁରେଖା ପଶ୍ଚିମକବାଟ ଏବଂ ୩ ଓ ୪ ନମ୍ବର ସେକ୍ଟର ପାଇଁ ତାଳଚେର ଏସ୍ଡିପିଓ ମାନସ ରଞ୍ଜନ ବାରିକ ରହିଛନ୍ତି । ଅନୁଗୋଳ ସାଇବର ଆନାର ଇନିସ୍ପେକ୍ଟର ଖଗେଶ୍ୱର ସେଠୀଙ୍କ ନେତୃତ୍ୱରେ ଏକ ଟ୍ରାଫିକ୍ ସେକ୍ଟର କରାଯାଇଛି । ୧୧ଜଣ ଏସ୍କେଲ, ୨୭ଜଣ ଏଏସିଆଇ, ୧୩ଜଣ ମୁଖ୍ୟ କନଷ୍ଟେବଳ, ୭୨ଜଣ କନଷ୍ଟେବଳ, ୧୦ ଜଣ ଅତିରିକ୍ତ ଜନଷ୍ଟେବଳ, ୬ ଜଣ ଟ୍ରଫିକ୍ ଜନଷ୍ଟେବଳ, ୪ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୨୧ଜଣ ଗୃହରକ୍ଷୀଙ୍କୁ ବିଭିନ୍ନ ସେକ୍ଟରରେ ନିୟୋଜିତ କରାଯାଇଛି ।