ଉପଜିଲ୍ଲାପାଳଙ୍କୁ ୩ ଦଫା ଦାବିପତ୍ର
ାା ପ୍ରଭାନୁ୍ୟଜ ।ା ସାଉଥବଲଣ୍ଡା/ ତାଳଚେର: ୩ ଦଫା ଦାବି ନେଇ ଘଣ୍ଟପଡା ପଞ୍ଚାୟତବାସୀ ପକ୍ଷରୁ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହ ଉକ୍ତ ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ୍ ସହ ଜଗନ୍ନାଥ କ୍ଷେତ୍ର କାର୍ଯ୍ୟାଳୟ ବନ୍ଦ କରାଯିବ ବୋଲି ପଞ୍ଚାୟତବାସୀ ପକ୍ଷରୁ ଚେତାବନୀ ଦିଆଯାଇଛି । ପ୍ରଥମେ ଘଣ୍ଟପଡା ପଞ୍ଚାୟତବାସୀ ନୂତନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜେନାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସେମାନେ ସମ୍ମୁଖୀନ ହୋଇ ଆସୁଥିବା ସମସ୍ୟା ସମ୍ପର୍କରେ ଦାବିପତ୍ର ଜରିଆରେ ଅବଗତ କରାଇଥିଲେ । ଏହା ପୂର୍ବରୁ ପଞ୍ଚାୟତବାସୀ ଗତ ୨୨ତାରିଖରେ ପ୍ରଶାସନ ଓ ଏମସିଏଲ ବିଭିନ୍ନ ଅଧିକାରୀଙ୍କୁ ଆନେ୍ଦାଳନ ପାଇଁ ଦାବିପତ୍ର ଜରିଆରେ ଅବଗତ କରାଇଥିଲେ ସୁଦ୍ଧା କୌଣସି କର୍ଣ୍ଣପାତ କରିନଥିବା ଅଭିଯୋଗ କରି ଆନେ୍ଦାଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ୩ ଦଫା ଦାବିଗୁଡିକ ମଧ୍ୟରେ ଘଣ୍ଟପଡା ଗ୍ରାମ ପଞ୍ଚାୟତରେ ସୃଷ୍ଟି ହେଉଥିବା ବାରମ୍ବାର ପାଣି ସମସ୍ୟାକୁ ସ୍ଥାୟୀ ସମାଧାନ କରିବା, ଘଣ୍ଟପଡା ଗ୍ରା.ପ ପାଇଁ ଉଦ୍ଦିଷ୍ଟ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅଧିନରେ ହେବାକୁ ଥିବା ଉନ୍ନତିମୂଳକ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ଏବଂ ଘଣ୍ଟପଡା ପଞ୍ଚାୟତର ବେକାର ଯୁବକଯୁବତୀମାନଙ୍କୁ ସିକୁ୍ୟରିଟି ଗାର୍ଡ ଓ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦେବା ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି ।
ପ୍ରକାଶ ଯେ, ଦୀର୍ଘ ୫୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଏମ୍ସିଏଲ୍ ଘଣ୍ଟପଡା ଗ୍ରାମ ପଞ୍ଚାୟତରୁ ୫୦୦ ଏକରରୁ ଊର୍ଦ୍ଧ୍ୱ ଜମି ଅଧିଗ୍ରହଣ କରି ସେଠାରେ ମେଡିକାଲ କଲେଜ, ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ, ଓଡିଆ ଓ ଇଂରାଜୀ ଡିଏଭି ସ୍କୁଲ ଓ ପାଞ୍ଚଟି କଲୋନୀ ନିର୍ମାଣ କରିବା ସହିତ ଶିବ ମନ୍ଦିର ଓ ଅନ୍ୟାନ୍ୟ ଅନୁଷ୍ଠାନ ନିର୍ମାଣ କରିଛି । ଘଣ୍ଟପଡା ଗ୍ରାମ ପଞ୍ଚାୟତର ଚତୁଃପାର୍ଶ୍ୱରେ ବିଭିନ୍ନ କଳ କାରଖାନା, କୋଇଲା ଖଣି, କୋଇଲା ପରିବହନ ପାଇଁ ରେଳ ଲାଇନ ଗଢି ଉଠିଥିବାରୁ ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହେବା ସହିତ ପ୍ରଦୁ୍ୟଷଣ ଜନିତ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାରେ ଲାଗିଛି, ଯାହାପ୍ରତି ଏମ୍ସିଏଲ ଜଗନ୍ନାଥ ଖଣି କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ନେଉନାହାନ୍ତି । ଯାହାକୁ ନେଇ ପଞ୍ଚାୟତବାସୀ କ୍ଷୁବ୍ଧ ଏବଂ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଯେଉଁ ମହତ ଉଦେ୍ଦଶ୍ୟ ରଖି ଘଣ୍ଟପଡାବାସୀ ଜମି ଯୋଗାଇ ଦେଇଥିଲେ ଆଜି ପର୍ଯ୍ୟନ୍ତ ତା’ର ସୁଫଳ ପାଇପାରି ନାହାନ୍ତି । ଏଣୁ ଏହି ତିନି ଦଫା ଦାବିଗୁଡ଼ିକ ସମାଧାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦିଆନଗଲେ ପଞ୍ଚାୟତବାସୀ ଚଳିତ ମାସ ୧୭ ତାରିଖ ସକାଳୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡେରା ଓଭର ବ୍ରିଜ ଠାରେ ରେଳରୋକ ସହିତ ସିଜିଏମ କାର୍ଯ୍ୟାଳୟକୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି ଉକ୍ତ ଦାବିପତ୍ର ଜରିଆରେ ସୂଚାଇ ଦେଇଛନ୍ତି । ଆଜିର ଦାବିପତ୍ର ପ୍ରଦାନ ବେଳେ ଘଣ୍ଟପଡା ସରପଞ୍ଚ ଶସ୍ମିତା ବିଶ୍ୱାଳ, ସମିତି ସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଞ୍ଚ ସୁନିଲ ବିଶ୍ୱାଳ, ନାଏବ ସରପଞ୍ଚ ରାଜୀବ ଦାସ, ୱାର୍ଡÿ ମେମ୍ବର ସୈରେନ୍ଦ୍ରି ସାହୁ, ମନ୍ଦାକିନୀ ନାଏକ, ଅମ୍ରିତା ସିଙ୍ଗ, ସମାଜସେବୀ ବିଭୂତି ସାହୁ, ଶିବାନନ୍ଦ ଥମ୍ବ,ବିକାଶ ସାହୁ, ଜିନେସ ସାହୁ, ନାଲିଆ ସାହୁ, ବିକ୍ରମ ପ୍ରଧାନ, ଚଗଲୁ ସାହୁ, କାର୍ତ୍ତିକ ପଟ୍ଟନାୟକ, କଦଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।