ଅନୁଭବ ହିଁ କହିବ ଈଶ୍ୱରଙ୍କ ଅସ୍ତିତ୍ୱ

ସଂସାରରେ ଜନ୍ମ ମାତ୍ରେ ହିଁ ଜୀବନ ମୃତୁ୍ୟ ଅଭିମୁଖେ ଧାବମାନ । ତାହା ପୁଣି କେତେବେଳେ, କେଉଁ ଅବସ୍ଥାରେ, କିପରି ଭାବରେ, କେଉଁ ସମୟରେ, କେତେ ପରମାୟୁରେ ଏବଂ କେଉଁ ସ୍ଥାନରେ ତା’ର ମହାପ୍ରୟାଣ ହେବ, ତାହା କେହି କହିପାରିବେ ନାହିଁ । ଜୀବନଟା ଅନିଶ୍ଚିତ । ଏକଥା ଭାବିଲା ବେଳକୁ ପ୍ରତ୍ୟେକ ମଣିଷଙ୍କ ହୃଦୟ ଭିତରେ ଏକ ଅହେତୁକ ଆତଙ୍କର ଗୁଞ୍ଜରଣ ସୃୃଷ୍ଟି ହୋଇଥାଏ । କିନ୍ତୁ କେତେକ ଅଛନ୍ତି ଯୁବାବସ୍ଥାରେ ହେଉ କିମ୍ବା ପରିଣତ ଅବସ୍ଥାରେ ହେଉ ବେଖାଥିର କରି, ଆଗ ପଛକୁ ବିଚାର ନକରି ମନଇଛା ଏମିତି କିଛି କାମ କରିଚାଲନ୍ତି । ସମୟେ ସମୟେ ତାହା ମୃତୁ୍ୟର କାରଣ ବି ହୋଇଯାଏ । ତାହା ଭାବିଲା ବେଳକୁ ଆଉ ସେଥିରୁ ମୁକୁଳିବାର ସମସ୍ତ ବାଟ ରୁଦ୍ଧ ହୋଇ ସାରିଥାଏ । ନିଜ ବାହୁରେ ବଳ ଥିବା ପର୍ଯ୍ୟନ୍ତ ସେମାନେ ନିଜକୁ ବାହୁବଳି ଭାବେ ବିଜ୍ଞପିତ କରୁ କରୁ ଭାବି ନେଇଥାନ୍ତି ଯେ ଏ ସଂସାରରେ ମହାପରାକ୍ରମଶାଳୀ ଈଶ୍ୱର ବୋଲି କୋ÷ଣସି ବଳିଷ୍ଠ ଅଦୃଷ୍ଟ ପ୍ରବାହ ସଦା ଜାଗ୍ରତ ରହିଛି ଓ ସେସବୁ କିଛିକୁ ନିୟନ୍ତ୍ରଣ କରୁଛି ବୋଲି ଯାହା କୁହାଯାଉଛି ତାହା ଗୋଟାଏ ଭଣ୍ଡାମି, ମୂର୍ଖତା ଓ ମୂର୍ଖ ରୋଚକ କାହାଣୀ ବ୍ୟତୀତ ଅନ୍ୟ କିଛି ନୁହେଁ । ବିଶ୍ୱର ଲୋକଶକ୍ତିକୁ ଦୁର୍ବଳ କରି ପଙ୍ଗୁ ଓ ନିଷ୍କର୍ମ କରିଦେବା ପାଇଁ ଏହା ଏକ ବିଧିବଦ୍ଧ ନିରବଚ୍ଛିନ୍ନ ପ୍ରୟାସ ଛଡା ଆଉ କିଛି ନୁହେଁ । ବିଜ୍ଞାନ ଆମକୁ ଏପରି ଶକ୍ତି ଆଣି ଧୀରେ ଧୀରେ ପ୍ରଦାନ କରିଦେଲାଣି, ଯାହାକୁ ଆମେ ପ୍ରୟୋଗ କରି ମୃତୁ୍ୟକୁ ଲଂଘନ କରିପାରିବୁ । ତେଣୁ ମନ ଇଛା ଆମେ ଆମର ଶକ୍ତିକୁ ପ୍ରୟୋଗ କରି ବିପୁଳ ସଂପଦ ଉପାର୍ଜନ କରିବା ସହିତ ସମସ୍ତଙ୍କୁ ଆମେ ପଦାନତ କରି ରଖିବୁ । ମନଇଛା ଆମେ ଉପଭୋଗ କରିବୁ ଓ ବାହାରେ ଖାଲି ଆଦର୍ଶବାଦର କଥା ଗୁଡାଏ ଗପି ଗପି ମନ ମୁତାବକ ଆମର ଦକ୍ଷତା, ବୋ÷ଦ୍ଧିକ କୋ÷ଶଳ ପ୍ରୟୋଗ ପୂର୍ବକ ଆମେ ଶୀର୍ଷ ସ୍ଥାନରେ ପହଞ୍ଚôପାରିବୁ । କେତେବେଳେ କାହାର ଚୁଟି ଧରିବୁ ତ ଆଉ କେତେବେଳେ ଚରତା ଧରିବୁ । ଆବଶ୍ୟକ ପଡିଲେ ସଫା କରିଦେବୁ । ଏହାପରେ ଯଦି ବି ବିପଜ୍ଜନକ ପରିସ୍ଥିତିରେ ପହଞ୍ଚôବୁ, ଆମେ ଉପାର୍ଜନ କରିଥିବା ଅର୍ଥକୁ ସାମାନ୍ୟ କିଛି ପ୍ରୟୋଗ କରି ସେଥିରୁ ମୁକ୍ତି ଲାଭ କରିପାରିବୁ । ଏଥିରେ ପାପ, ପୁଣ୍ୟ, ଜ୍ଞାନ, ଅଜ୍ଞାନ, କିମ୍ବା କୋ÷ଣସି ତାତ୍ତ୍ୱିକ ଅନୁଶୀଳନ ମାପକାଠିରେ ମାପିବା ଅନୁଚିତ । ପାଖରେ ଅର୍ଥ ଥିଲେ, ବାହୁରେ ବଳଥିଲେ, କିଛି ନଥିଲେ ବି ଖାଲି ମିଥ୍ୟା ଅଭିନୟ କରିବାର ଦକ୍ଷତା ଥିଲେ ଏଠାରେ ମହାନ ହୋଇଯିବାରେ କିଛି ଅସୁବିଧା ହେବନି । ଏହିପରି ମାଳ ମାଳ ଉଦାହରଣ ଆମ ଚତୁଃପାଶ୍ୱର୍ରେ ରହିଛି । ଯାହାକୁ ବ୍ୟାଖ୍ୟା କଲେ ଗୋଟାଏ ଉଗ୍ରରୂପ ଧାରଣ କରିବ । ତେବେ ଏତେ ଗଭୀରକୁ ଯିବା ପାଇଁ ଆମେ ଉଚିତ ମନେ କରୁନାହୁଁ ।
ଆଜି ଆମେ ଏହିଠାରେ ଏକ ଦାମ୍ଭିକ, ଅହଙ୍କାରୀ, ମିଥ୍ୟା ଅଭିନୟରେ ଦକ୍ଷତା ଅର୍ଜନ କରିଥିବା ଜଣେ ବ୍ୟକ୍ତିଙ୍କର ପ୍ରସଙ୍ଗକୁ ଆଧାର କରି କିଛି ଉଲ୍ଲେଖ କରୁଛୁ ଯାହାକୁ ମୁଁ ଗୋଟିଏ ପ୍ରତିଷ୍ଠିତ ଗଣମାଧ୍ୟମରୁ ଅଧ୍ୟୟନ କରିଥିଲି ଅନେକ ବର୍ଷ ତଳୁ । ପ୍ରସଙ୍ଗଟିର ପ୍ରାସଙ୍ଗିକତା ଆଜି ବି ଜୀବନ୍ତ । ଯାହାର ସାରମର୍ମ ଏଠାରେ ବିନମ୍ରତାର ସହ ପ୍ରକାଶ କରୁଛି ପ୍ରିୟ ପାଠକ ବନ୍ଧୁମାନଙ୍କ ପାଇଁ । ଗୋଟିଏ ସମ୍ଭ୍ରାନ୍ତ ସହରରେ ଜଣେ ପ୍ରବୀଣ ଆଇନଜୀବୀ ବିପୁଳ ଅର୍ଥ ରୋଜଗାର ପାଇଁ ମଥୁରାର ଏକ ବିଚାରାଳୟକୁ ଯାଇଥିଲେ ଆଇନ ପରାମର୍ଶ ଦେବା ପାଇଁ । ମଥୁରାର ଗୋଟିଏ କୋର୍ଟକୁ ଗଲାବେଳେ ତାଙ୍କର ମୁଖ୍ୟ ସହକାରୀ ପ୍ରଧାନ ବାବୁଙ୍କୁ ସାଙ୍ଗରେ ନେଇ ଯାଇଥିଲେ ତାଙ୍କୁ କୋର୍ଟରେ ସହାୟତା କରିବା ପାଇଁ । ସେ ମଥୁରା ଯାତ୍ରା କଲାବେଳେ ତାଙ୍କ ପଡୋଶୀ ଘରର ବିଧବା ମହିଳା, ଓକିଲ ମହୋଦୟଙ୍କୁ ଅତ୍ୟନ୍ତ ବ୍ୟାକୁଳ ହୋଇ କହିଥିଲେ ବାପା! ତୁମେ ମଥୁରା ଯାଉଛ । ମୋ ପାଇଁ ଯମୁନା କୂଳରୁ କିଛି ମାଟି ଆଣିବ । କେବେ ବି ମୋ ଭଳି ଜଣେ ଅସହାୟ ବିଧବାର ଅନୁରୋଧକୁ ଭୁଲିବନି । ଠାକୁରେ ତୁମର ମଙ୍ଗଳ କରିବେ । ବିଧବାଙ୍କର ଦୁର୍ଭାଗ୍ୟ ଯେ ଓକିଲ ଜଣକ ଥିଲେ ଆଜନ୍ମ ନାସ୍ତିକ । ସେହି ନାସ୍ତିକ ମାନସିକତା ସଂପନ୍ନ ଓକିଲ ଜଣକ ବିଧବା ମହିଳାଙ୍କ କଥାକୁ ଫାଙ୍କି ନଦେଇ ଅଭିନୟ ଛଳରେ କହିଲେ “ଠିକ ଅଛି ମାଉସୀ । ମୁଁ ନିଶ୍ଚୟ ତୁମ କଥା ରକ୍ଷା କରି ଯମୁନା କୂଳରୁ ମାଟି ଆଣିବି । ମୋ ଉପରେ ତୁମେ ବିଶ୍ୱାସ ରଖ ।” ଏତିକି ଆଶ୍ୱାସନା ଶୁଣି ବିଧବା ମହିଳାଟି ଅତି ଖୁସିରେ ଘରକୁ ଫେରି ଆସିଲେ ।
ଏହାପରେ ଓକିଲ ମହାଶୟ ଜଣକ ମଥୁରା ସହରରେ ଥିବା କୋର୍ଟର ସମସ୍ତ କାମ ସମାପ୍ତ କରି ଯେତେବେଳେ ଗୃହକୁ ଫେରିବା ପାଇଁ ଯାତ୍ରା କରି ଘର ପାଖ ଷ୍ଟେସନରେ ପହଞ୍ଚନ୍ତି । ସେତେବେଳେ ମନେ ପଡିଲା ବିଧବା ମହିଳାଟିର କଥା, କାରଣ ସେ ମଥୁରା ଯାତ୍ରା କଲାବେଳେ ବିଧବାଟି ଅତି ବିକଳ ହୋଇ ତାଙ୍କୁ କହିଥିଲା ଯମୂନା କୂଳରୁ କିଛି ମାଟି ଆଣିବା ପାଇଁ । ସେ ମଧ୍ୟ ବିଧବା ମହିଳାଟିକୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସେ ନିଶ୍ଚୟ ଆଣିବେ, କିନ୍ତୁ ଏବେ ସେ କରିବେ କ’ଣ । ଏହି କଥା ଚିନ୍ତା କରି ଘର ପାଖର ଯେଉଁ ଷ୍ଟେସନରେ ଓହ୍ଲାଇଲେ ସେହି ଷ୍ଟେସନର ପ୍ଲାଟଫର୍ମର ତଳକୁ ଯାଇ ଦୁଇମୁଠା ଅପରିସ୍କୃତ ମାଟି ଆଣି ଗୋଟାଏ କାଗଜରେ ଗୁଡାଇ ପୁଡିଆଟିକୁ ସହକାରୀ ପ୍ରଧାନବାବୁଙ୍କ ହାତରେ ବଢାଇଦେଇ କହିଲେ ସେହି ବିଧବାଟିକୁ ଦେଇଦେବା ପାଇଁ । ପ୍ରଧାନବାବୁ ଦେଖିଲେ ଯେ ବୃଦ୍ଧାଜଣକ କହିଥିବା ଯମୂନା କୂଳର ମାଟି ନ ଆଣି ପ୍ଲାଟଫର୍ମର ତଳୁ କେତେ ଗୁଡାଏ ଅପରିସ୍କୃତ ମାଟିକୁ ଗୋଟାଇ ଗୋଟାଏ କାଗଜପୁଡା ଭିତରେ ଭର୍ତ୍ତି କରି ବିଧବାଙ୍କୁ ଦେବା ପାଇଁ ନିଦେ୍ର୍ଦଶ କରୁଛନ୍ତି । ନାସ୍ତିକ ଓକିଲ ଜଣକ ବିଧବାଙ୍କ ସହିତ ଏଭଳି ପ୍ରତାରଣା କରୁଛନ୍ତି ଜାଣି ସୁଦ୍ଧା କୋ÷ଣସି ପ୍ରତିବାଦ କଲେ ନାହିଁ । କାରଣ ସେ ହେଉଛନ୍ତି ଓକିଲ ବାବୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ସହକାରୀ । ନାସ୍ତିକ ଓକିଲ ଜଣକ ଯେତେବେଳେ ଆସି ତାଙ୍କ ଗୃହରେ ପାଦଦେଲେ ସେତେବେଳେ ସେହି ବିଧବା ମହିଳା ଜଣକ ଅତି ବିକଳ ହୋଇ ଯମୂନା କୂଳର ମାଟି ମାଗିଲା । ସେତେବେଳେ ଓକିଲଙ୍କ ମୁହଁରୁ କୋ÷ଣସି ଉତ୍ତର ଆସିବା ପୂର୍ବରୁ ତାଙ୍କ ସହକାରୀ ପ୍ରଧାନବାବୁ ବିଧବାଙ୍କ ହାତକୁ ସେହି ଅପରିସ୍କୃତ ମାଟି ପୁଡିଆଟିକୁ ବଢାଇ ଦେଲେ । ଅତି ଆନନ୍ଦରେ ବିଧବା ଜଣକ ସେହି ମାଟି ପୁଡିଆଟିକୁ ଘରକୁ ନେଇ ଖୋଲିଲା ଓ ଅମୃତଭଳି ସେହି ମାଟିରୁ ଟିକିଏ ନେଇ ସେବା କରିବା ସହିତ ମଥାରେ ବୋଳିଦେଇ ଅତି ଭକ୍ତିରେ ଆଖିରୁ ଦୁଇ ଟୋପା ଲୁହ ଗଡାଇ ‘ଜୟ ରାଧେ କୃଷ୍ଣ, ଜୟ ରାଧେ କୃଷ୍ଣ’ କହି ସେହି ପୁଡିଆଟିକୁ ଜୀବନରେ ଅତି ଶ୍ରେଷ୍ଠ ତଥା ଦୁଲ୍ଲର୍ଭ ସଂପଦ ଭାବି ଗୋଟିଏ ହାତୀଦାନ୍ତର ବାକ୍ସ ଭିତରେ ରଖିଲା ।
ଏହାରି ଭିତରେ ବିତିଗଲା ଅନେକ ବର୍ଷ । ବିଧବାଙ୍କର ମହାପ୍ରୟାଣ ବି ହୋଇଯାଇଥିଲା । ନାସ୍ତିକ ଓକିଲ ଜଣକ ଅବସର ନେଇ ଗୋଟାଏ ଅଜ୍ଞାତ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ହୋଇ ଶଯ୍ୟାଶାୟୀ ହେଲେ । ବିଧବାଙ୍କର ଏକମାତ୍ର ନାତି ସହରର ଜଣେ ଖ୍ୟାତନାମା ଡାକ୍ତର ହୋଇ ପ୍ରତିଷ୍ଠିତ ହୋଇଥାନ୍ତି ଓ ଉତ୍ତରୋତ୍ତର ଉନ୍ନତି ମଧ୍ୟ ତାଙ୍କର ହେଉଥାଏ । ଇତ୍ୟବସରରେ ସେହି ଓକିଲଙ୍କର ଏକମାତ୍ର ଅଲିଅଳି କନ୍ୟାଙ୍କ ସହିତ ତାଙ୍କର ବିବାହ ହୋଇଗଲା । ବିବାହ ପରେ ଜ୍ୱାଇଁ ଦେଖନ୍ତି ଯେ ତାଙ୍କ ଓକିଲ ଶ୍ୱଶୁରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତି ଜଟିଳ ଆକାର ଧାରଣ କରି ତାଙ୍କୁ ନିଶ୍ଚିତ ମୃତୁ୍ୟ ଆଡକୁ ଟାଣି ନେଇଯାଉଥାଏ । ସେହି ଡାକ୍ତର ଜ୍ୱାଇଁ ଜଣକ ବହୁ ଚେଷ୍ଟା କରି ମଧ୍ୟ ଲଗାତାର ବିଫଳ ହେବାରେ ଲାଗିଲେ । ଶ୍ୱଶୁରଙ୍କର ବିଛଣାରୁ ଉଠିବା ପାଇଁ ଆଉ ଶକ୍ତି ପାଉନଥାଏ । ଡାକ୍ତର ଜ୍ୱାଇଁ ତାଙ୍କ ବ୍ୟତୀତ ବହୁ ସଫଳ ଚିକିତ୍ସକଙ୍କ ସହିତ ପରାମର୍ଶ କରି ଯେତେ ଚିକିତ୍ସା କଲେ ମଧ୍ୟ ଆଉ ତାଙ୍କ ଶ୍ୱଶୁର ବଞ୍ଚôପାରିବେ ନାହିଁ ବୋଲି ସେ ନିଶ୍ଚିତ ହୋଇଯାଇଥାନ୍ତି । ଦିନେ ଅତି ଦୁଃଖର ସହିତ ଓକିଲ ଶ୍ୱଶୁରଙ୍କ ରୋଗଶଯ୍ୟା ନିକଟରେ ଲୁହଗଡାଇ ଓକିଲଙ୍କ ସହକାରୀ ପ୍ରଧାନବାବୁ ଅତି ମନଦୁଃଖରେ ଡାକ୍ତର ଜ୍ୱାଇଁଙ୍କୁ ପଚାରିଲେ ଆଉ କେତେଦିନ ବଞ୍ଚôବେ । ଡାକ୍ତର ଜ୍ୱାଇଁ କହିଲେ ଆଜି ରାତିକ ଭିତରେ କେତେବେଳେ ଚାଲିଯିବେ । ଏତକ କହିଦେଇ ଡାକ୍ତର ଜ୍ୱାଇଁ ଜଣକ କାନ୍ଦି କାନ୍ଦି ନିଜ ଘରକୁ ଦୋ÷ଡିଗଲେ ଏବଂ ସଙ୍ଗେ ସଙ୍ଗେ କିଛି ଧୂଳି ଭଳି ଜିନିଷ ଆଣି ଶ୍ୱଶୁରଙ୍କ ମଥାରେ ଲଗେଇ ଦେଇ କିଛି ଧୂଳି ଶ୍ୱଶୁରଙ୍କ ଓଠରେ ଲଗେଇ ଦେଲେ । ବଡ ଅଦଭୂତ କଥା ରାତି ପାହି ସକାଳ ହେବା ବେଳକୁ ଶ୍ୱଶୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଆଶ୍ଚର୍ଯ୍ୟ ଜନକ ଭାବେ ପରିବର୍ତ୍ତନ ଘଟିଲା । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଓକିଲ ଜଣକ ସଂପୂର୍ଣ୍ଣ ରୋଗମୁକ୍ତ ହୋଇଗଲେ ।
କିଛିଦିନ ପରେ ସହକାରୀ ପ୍ରଧାନ ବାବୁ ପଚାରିଲେ ଡାକ୍ତର ଜ୍ୱାଇଁଙ୍କୁ ଏହି ଚମକ୍ରାରୀ ଔଷଧ ବିଷୟରେ । ଡାକ୍ତର ଜ୍ୱାଇଁ କହିଲେ ଆମର ସମସ୍ତ ଚେଷ୍ଟା ସମସ୍ତ ଅକ୍ଲାନ୍ତ ଉଦ୍ୟମ ଯେତେବେଳେ କାମ ନକଲା ସେତେବେଳେ ମୋର ମନେ ପଡିଗଲା ମୋର ଜେଜେମାଙ୍କ କଥା । ସେ ଇହଧାମ ଛାଡିବା ପୂର୍ବରୁ ମୋତେ ଏକ ହାତୀଦାନ୍ତର ବାକ୍ସ ଦେଇ କହିଥିଲା ‘ବାପାରେ, ଏହି ବାକ୍ସ ଭିତରେ ରାଧାକୃଷ୍ଣଙ୍କ ପାଦଧୂଳି ସମ୍ବଳିତ ପବିତ୍ର ଯମୁନାର ମାଟି ରହିଛି । ଏଥିରୁ ସାମାନ୍ୟ ଟିମୁଟାଏ ଲେଖା ନେଇ କେତେ କେତେ ଅସାଧ୍ୟ ରୋଗୀଙ୍କର ମଥାରେ ଓ ତୁଣ୍ଡରେ ଟିକେ ମାରି ଦେଇ ଅସାଧ୍ୟ ରୋଗକୁ ଆରୋଗ୍ୟ କରିଛି । ତା’ର ହିସାବ ନାହିଁ । ତେଣୁ ଯେତେବେଳେ ଦେଖିବୁ ତୋ ଡାକ୍ତରୀ ବିଦ୍ୟାରେ ଯେତେ ଚେଷ୍ଟା କଲେ ମଧ୍ୟ ସଫଳତା ପାଇପାରୁନାହିଁ କିମ୍ବା ରୋଗୀ ଆରୋଗ୍ୟ ହୋଇପାରୁନାହିଁ, ସେତେବେଳେ ରାଧାକୃଷ୍ଣଙ୍କ ନାମକୁ ଉଚ୍ଚାରଣ କରି ଏହି ଧୂଳିରୁ ଚିମୁଟାଏ ନେଇ ରୋଗୀର ମଥାରେ ଟିକେ ମାରିଦେବୁ ଓ ରୋଗୀର ପାଟିରେ ଟିକେ ଦେଇଦେବୁ । ଦେଖିବୁ ରୋଗୀ ନିଶ୍ଚିତ ଭାବେ ଆରୋଗ୍ୟ ହୋଇଯିବ । ନ ହେବା କାମ ହୋଇଯିବ । ଭଗବାନ ଶ୍ରୀକୃଷ୍ଣ ବିଶ୍ୱ ଜନତାଙ୍କ ହୃଦୟରେ ପ୍ରେମକୁ ଶ୍ରେଷ୍ଠସ୍ଥାନ ଦେଇଛନ୍ତି । ଯେଉଁ ବିଶ୍ୱନିୟନ୍ତାଙ୍କ ହାତରେ ଏ ବିଶ୍ୱ ବ୍ରହ୍ମାଣ୍ଡକୁ ପରିଚାଳନା କରିବା ପାଇଁ ମହାଶକ୍ତି ରହିଛି । ସେ ଚାହିଁଲେ ଏଇ ସାମାନ୍ୟ ରୋଗରୁ କ’ଣ ମୁକ୍ତି ଦେଇପାରିବେନି ?” ସହକାରୀ ପ୍ରଧାନ ବାବୁଙ୍କ ନିକଟରେ ଡାକ୍ତର ଜ୍ୱାଇଁ ଜଣକ ଆନନ୍ଦ ମନରେ କହିଲେ “ମୁଁ ଜଣେ ସ୍ୱାସ୍ଥ୍ୟ ବିଜ୍ଞାନୀ ଭାବେ ଏଥିରେ ମୋର ବିଶ୍ୱାସ ଥାଉ କିମ୍ବା ନଥାଉ ଯେତେବେଳେ ଦେଖିଲି ମୋ ଶ୍ୱଶୁରଙ୍କ ମୃତୁ୍ୟ ସୁନିଶ୍ଚିତ । ତେଣୁ ଚେଷ୍ଟା ସ୍ୱରୂପ ମୋ ଜେଜେମାଙ୍କ ଅଖଣ୍ଡ ବିଶ୍ୱାସ ଭରା ମହାଶକ୍ତିର ପ୍ରତୀକ ଯମୁନା କୂଳର ପବିତ୍ର ମାଟିରୁ ଚିମୂଟାଏ ଆଣି ମୋ ଶ୍ୱଶୁରଙ୍କୁ ଅସାଧ୍ୟ ରୋଗରୁ ମୁକ୍ତ କରିଦେଲା ।” ସବୁ ଶୁଣି ସାରିବା ପରେ ସହକାରୀ ପ୍ରଧାନ ବାବୁ ଡାକ୍ତର ଜ୍ୱାଇଁଙ୍କୁ କହିଲେ ଯେ ଏଇ ମାଟି ଦ୍ୱାରା ସେ ଆରୋଗ୍ୟ ହୋଇଯାଇଛନ୍ତି ବୋଲି କେବେବି ସେ ଓକିଲ ବାବୁଙ୍କୁ କହିବେ ନାହିଁ । ଡାକ୍ତର ବାବୁ ହଁ ଭରିଲେ । ସମଗ୍ର ବିଶ୍ୱ ବ୍ରହ୍ମମୟ ଏବଂ ସବୁଠାରେ ଈଶ୍ୱର ବିଦ୍ୟମାନ ତତ୍ ସହିତ ସକଳ ଜୀବଜନ୍ତୁଙ୍କ ମଧ୍ୟରେ ଈଶ୍ୱର ବିରାଜମାନ କରିଛନ୍ତି ବୋଲି ମା’ଙ୍କ ଠାରୁ ଏହି ଉପଦେଶ ଗ୍ରହଣ କରି ଶିଶୁଧ୍ରୁବ ଈଶ୍ୱରଙ୍କୁ ପାଇପାରିଲା । ସମସ୍ତ ସଜୀବ, ନିର୍ଜୀବ, ପ୍ରତିଟି ଅଣୁ, ପରମାଣୁ ମଧ୍ୟରେ ଈଶ୍ୱର ଅବସ୍ଥାନ କରନ୍ତି ବୋଲି ଦୃଢ ବିଶ୍ୱାସ ପ୍ରକଟ କରି ଉକ୍ତ ଶ୍ରେଷ୍ଠ ପ୍ରହ୍ଲାଦ ଗୋଟିଏ ଖୁମ୍ବ ମଧ୍ୟରୁ ଭଗବାନଙ୍କୁ ଆବିର୍ଭୂତ କରାଇ ହରିଣ୍ୟ କଶ୍ୟପକୁ ଦର୍ଶନ କରାଇ ଦେବା ପରେ ପ୍ରମାଣ କରିଦେଲା ଯେ ଅନନ୍ତ କୋଟି ବ୍ରହ୍ମାଣ୍ଡ ମଧ୍ୟରେ ଈଶ୍ୱର ସଦା ବିଦ୍ୟମାନ । ସେହି ଅଭିଜ୍ଞତାକୁ ବହନ କରି ଅତିବଡି ଜଗନ୍ନାଥ ଦାସ ଭାଗବତ ମହାପୁରାଣରେ ଉଲ୍ଲେଖ କରିଛନ୍ତି ଯେ ‘କାଷ୍ଠପାଷାଣରୁ କୃତୋ, ବସନ୍ତି ଶରୀର ପ୍ରମାଣେ’ ।
ଏ କନିଷ୍ଠ ଭକ୍ତି ଶ୍ରଦ୍ଧା, ଅଖଣ୍ଡ ବିଶ୍ୱାସ ଈଶ୍ୱରଙ୍କ ଉପରେ ରଖିଲେ ସେ ନିଶ୍ଚୟ ତୁମର ଆଖିରୁ ଲୁହ ପୋଛି ଦେଇ ଆପଣାର କରିନେବେ । ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ହିଁ ବିଶ୍ୱାସର ମହାଶକ୍ତିରେ ଅନୁବନ୍ଧିତ । ତେଣୁ ବିଶ୍ୱାସର ଅତୁଟ ବିଜ୍ଞାନରେ ଏ ସଂସାର ଗତିଶୀଳ । ଯେଉଁଦିନ ବିଶ୍ୱାସର ଅସ୍ତମେୟ ଚେତନାଟି ବିଶ୍ୱରୁ ଲୋପ ପାଇଯିବ । ସେହିଦିନ ହିଁ ଏ ସଂସାର ହୋଇଯିବ ଧ୍ୱଂସସ୍ତୁପ । ହିଂସା ଓ ପ୍ରତିହିଂସାର ଦାବାଗ୍ନିଟା ପ୍ରଜ୍ଜ୍ୱଳିତ ହୋଇ ଏ ସୁନ୍ଦର ପୃଥିବୀଟାକୁ କରିଦେବ କର୍ଦ୍ଦମାକ୍ତ ମହାଶ୍ମସାନ । ଦୃଢ ବିଶ୍ୱାସର ସେହି ବନ୍ଧନଟି ଏବେ ଦୁର୍ବଳରୁ ଧୀରେ ଧୀରେ ଦୁର୍ବଳତର ହେବାରେ ଲାଗିଛନ୍ତି । ଈଶ୍ୱର ନ କରନ୍ତୁ ସେଭଳି ମହାପ୍ରଳୟ ଏ ସଂସାରକୁ ଗ୍ରାସ ନକରୁ । ଯେଉଁମାନେ ସମସ୍ତଙ୍କୁ ଅବିଶ୍ୱାସ କରନ୍ତି, ଈଶ୍ୱରଙ୍କର ଅସ୍ତିତ୍ୱ ଉପରେ କୁଠାରଘାତ କରନ୍ତି । ବିବିଧ ଅନୁଶାସନକୁ ଅବଜ୍ଞା କରି ଅଶାଳୀନ ଯୁକ୍ତି ମାଧ୍ୟମରେ ପ୍ରକୃତ ବିଜ୍ଞାନକୁ ଅଣଦେଖା କରି, ଅବୈଜ୍ଞାନିକ ତଥ୍ୟକୁ ବିଜ୍ଞାନ ବୋଲି କହି ଅନ୍ୟମାନଙ୍କର ଧାର୍ମିକ ଭାବନା ଉପରେ କୁଠାରଘାତ କରନ୍ତି ସେମାନେ କେବେ ବି ଶାନ୍ତିରେ ବଞ୍ଚôପାରନ୍ତି ନାହିଁ । ସେମାନେ ଜାଣନ୍ତି ନାହିଁ ଯେ ପୃଥିବୀରେ ଏପରି ଅଦଭୂତ ଆଶ୍ଚର୍ଯ୍ୟ ଘଟଣା ରହିଛି, ପ୍ରତିନିୟତ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଚାଲିଛି । ଯାହାକୁ ବୈଜ୍ଞାନିକମାନେ ଆବିଷ୍କାର କରିବା ପାଇଁ ଯେତେ ଚେଷ୍ଟା କରୁଥିଲେ ବି ଅନୁସନ୍ଧାନ କରିନପାରି ମହାପ୍ରକୃତି ନିକଟରେ ହାତ ଟେକିନେଇ ଅଦୃଶ୍ୟଶକ୍ତିର ଜୟଗାନ କରି ସ୍ତବ୍ଧ ହୋଇଯାଉଛନ୍ତି । ସେଭଳି କ୍ଷେତ୍ରରେ ଏଭଳି ନାସ୍ତିକମାନେ କେଉଁ ନିଷ୍କର୍ସକୁ ଉପସ୍ଥାପନ କରି ପ୍ରମାଣ କରି ଦେଇ ପାରିବେ ଯେ ଏ ଦୁନିଆରେ ଈଶ୍ୱର ନାହାନ୍ତି ?କେବେ କରିପାରିବେନି, କାରଣ ହଜାର ହଜାର ପରେ ବି ମଣିଷର ସର୍ବୋତ୍ତମ କେନ୍ଦ୍ରସ୍ଥଳ ମସ୍ତିଷ୍କ ଏବେ ବି ପୂର୍ଣ୍ଣ ମାତ୍ରାରେ ଦଶଭାଗ ବିକଶିତ ହୋଇପାରିନାହିଁ । ଶତ ପ୍ରତିଶତ ହେବା ବେଳକୁ ଆହୁରି ହଜାର ହଜାର ବର୍ଷ ଲାଗିଲେ ବି ମହାପ୍ରକୃତିର ପ୍ରବାହ କେଉଁ ଆଡକୁ ଗତି କରୁଥିବ । ଆଉ ମନୁଷ୍ୟ ନାମକ ଯେଉଁ ପ୍ରାଣୀଟି ଏ ଧରିତ୍ରୀ ପୃଷ୍ଠରେ ତିଷ୍ଠି ରହିଥିବ କି ନାହିଁ ତାହା ସମୟ କହିବ । ମଣିଷର ଅନୁଭବ ହିଁ କହିବ ଈଶ୍ୱର ଅଛନ୍ତି କି ନାହିଁ ।
ଶ୍ରୀରାମ ଭବନ, ଚଟୁଆ, , କୁଜଙ୍ଗ, ଜଗତ୍ସିଂହପୁର
ମୋ-୯୯୩୭୩୬୯୫୭୩