ହବିଷ୍ୟାଳୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା


ାା ପ୍ରଭାନୁ୍ୟଜ୍ ।ା ବାଲିପାଟଣା: ତ୍ରିବେଣୀ ସ୍ଥିତ ଅନ୍ତର୍ବେଦୀ ମଠ ପରିସରରେ କାର୍ତ୍ତିକ ମାସରେ ହବିଷ୍ୟ ପାଇଁ ମହିଳାମାନେ ରହି ବ୍ରତ ପାଳନ କରୁଛନ୍ତି  । ଘର ଛାଡ଼ି ଭିନ୍ନ ପରିବେଶରେ ରହୁଥିବାରୁ ସେମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି  । ରହୁଥିବା ପ୍ରାୟ ୯୮ ମହିଳାଙ୍କୁ  ଆଜି ଅପରାହ୍ନରେ ନିଆଳି ଅଞ୍ଚଳର ଚିତ୍ତରଞ୍ଜନ ସେବା ସଦନ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଡ. ଚିତ୍ତରଞ୍ଜନ ମିଶ୍ର, ଡ୍. ବିଶ୍ୱମୋହନ ମିଶ୍ର, ଡ. ଚିତ୍ତରଞ୍ଜନ କର, ଫାର୍ମାସିଷ୍ଟ ଦେବଦତ୍ତ ମିଶ୍ର ପ୍ରମୁଖଙ୍କ ସହିତ ଆୟୁର୍ବେଦ ଡାକ୍ତର ତପନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ବଳିଆରସିଂହ, ହିମାଂଶୁ ସୁନ୍ଦରାୟ, ଶିବଚରଣ ପାତ୍ର, ତପନ ମହାପାତ୍ର, ବ୍ରହ୍ମାନନ୍ଦ ଦାସ ଓ ଶିକ୍ଷାବିତ୍ ହଂସନାଥ ସାହୁ, ବ୍ରହ୍ମାନନ୍ଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।