ଗଛ କଟାକୁ ବିରୋଧ କରି ରେଞ୍ଜ କାର୍ଯ୍ୟାଳୟ ଘେରାଉ
ାା ପ୍ରଭାନୁ୍ୟଜ୍ାା କେନ୍ଦୁଝର: ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ବିଟ୍ ଅନ୍ତର୍ଗତ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଛ ଗଛ କଟାକୁ ବିରୋଧ କରି ଗ୍ରାମବାସୀମାନେ ଚମ୍ପୁଆ ରେଞ୍ଜ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅନୁମତି ଠାରୁ ଢେର ଅଧିକ ଗଛ ଏବଂ ଅନ୍ୟ ପ୍ରଜାତିର ଯଥା ଶାଳ ଏବଂ ଆକାଶିଆ ଗଛ କଟାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଡିଏଫଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଜି ସେମାନେ ବାଧ୍ୟ ହୋଇ ଘେରାଉ କରିଛନ୍ତି । ଚମ୍ପୁଆ ବନପାଳ ଏବଂ କାଳିକାପ୍ରସାଦ ବିଟ୍ ବନରକ୍ଷୀଙ୍କ ଅବହେଳାରୁ କୃଷ୍ଣପୁର ବନ ସୁରକ୍ଷା ସମିତି ଅନୁମତି ବାହାରେ ସଂରକ୍ଷିତ ଜଙ୍ଗଲରେ ଶହ ଶହ ଗଛ କାଟିଥିବା ସେମାନେ ଅଭିଯୋଗ କରିଛନ୍ତି । ଦୋଷୀଙ୍କ ନାମରେ ମାମଲା ରୁଜୁ କରିବା ସହ ବନପାଳ ଏବଂ ବନରକ୍ଷୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଗ୍ରାମବାସୀ ଏହି ଜଙ୍ଗଲ ସୁରକ୍ଷା କରି ଆସୁଥିବାବେଳେ ତାଙ୍କ ଅଗୋଚରରେ ଗଛକଟା ପାଇଁ ଅନୁମତି ଦିଆଯାଇଥିବା ନେଇ ଗତ ସୋମବାର ଦିନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । କୃଷ୍ଣପୁର ବନ ସୁରକ୍ଷା ସମିତି ପକ୍ଷରୁ ସଂରକ୍ଷିତ ଜଙ୍ଗଲରେ ୟୁକାଲିପଟାସ ଗଛ କାଟିବା ପାଇଁ ଆବେଦନ କରାଯାଇଥିଲା । ଡିଏଫଓ ସଠିକ୍ ତଦନ୍ତ ନ କରି ୨୫୦୫ ଟି ଗଛ କାଟିବ ପାଇଁ ଅନୁମତି ଦେଇଥିଲେ ।
ଡିଏଫଓଙ୍କ ଚିଠି ସଂଖ୍ୟା ୩୬୫୫ରେ ୬୪ ହେକ୍ଟର ଜଙ୍ଗଲ ଜମିରେ ଗଛ କାଟିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଅନୁମତି ଦିଆଯାଇଥିବା ଚିଠିରେ ୟୁକାଲିପଟାସ ଗଛ ଗୁଡିକ ବଡ ଏବଂ ପୁରୁଣା ହୋଇଥିବା ଉଲ୍ଲେଖ ରହିଥିଲା । ପ୍ରବଳ ବର୍ଷା ଏବଂ ବାତ୍ୟା ଯୋଗୁଁ କେତେକ ବଡ ଗଛ ପଡିଯିବାର ଆଶଙ୍କା ଥିବାରୁ ଗଛ ଗୁଡିକୁ କଟାଯିବା ଆବଶ୍ୟକ ବୋଲି ଚିଠିରେ ଲେଖାଯାଇଛି । ଏହି କାରଣରୁ ଗଛ କଟାଯିବା ଜରୁରୀ ବୋଲି ଡିଏଫଓ ଚିଠି କରି ଏସିଏଫ୍ ତଥା ଇନଚାର୍ଜ ଚମ୍ପୁଆ ରେଞ୍ଜରଙ୍କୁ ଜଣାଇଥିଲେ । ଚିହ୍ନିତ ହୋଇଥିବା ୨୫୦୫ ଟି ୟୁକାଲିପଟାସ ଗଛ କଟାଯିବା ପାଇଁ ବନ ବିଭାଗ କିଛି ସର୍ତ୍ତ ରଖାଯାଇଥିଲେ । ତେବେ ଏହି ସର୍ତ୍ତକୁ ନମାନି ବନ ସୁରକ୍ଷା ସମିତି ମନଇଚ୍ଛା ଗଛ କାଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ କର୍ମଚାରୀଙ୍କ ଜ୍ଞାତସାରରେ ଆକାଶିଆ,ଶାଳ ଏବଂ ଅନ୍ୟ ପ୍ରଜାତିର ବହୁ ଗଛ କଟାଯାଇଛି । ବହୁ ସଂଖ୍ୟାରେ ଆକାଶିଆ,ଶାଳ ଏବଂ ୟୁକାଲିପଟାସ ଗଛ କଟାଯିବା ପରେ ସଂଖ୍ୟାଲଘୁ କାଠମାଫିଆ ମହମ୍ମଦ ସାବିର ବାହାରକୁ ଚାଲାଣ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ବନବିଭାଗ ଏବଂ କାଠ ମାଫିଆ ସଲାସୁତୁରାରେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ପାଇଁ ଅନୁମତି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ବନ ବିଭାଗ ପକ୍ଷରୁ ଭୂଲ ରିପୋର୍ଟ ପ୍ରସ୍ତ୍ୁତ କରାଯାଇ ସଂରକ୍ଷିତ ଜଙ୍ଗଲରେ ଗଛ କାଟିବା ପାଇଁ ଅନୁମତି ଦିଆଯିବା ଘଟଣାର ତଦନ୍ତ କରିବାକୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ସଂରକ୍ଷିତ ଜଙ୍ଗଲ ମଧ୍ୟରେ କଟାଯାଇଥିବା ବହୁ ସଂଖ୍ୟାରେ ଆକାଶିଆ କାଠ ରଖି ବେଆଇନ ଗଛ କାଟିଥିବା ଲୋକଙ୍କ ନାମରେ କେସ କରିବା ସହ ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ବିନା ଅନୁମତିରେ ଶହ ଶହ ଗଛ କଟିଥିଲେ ମଧ୍ୟ ବନ ବିଭାଗ କାହିଁକି କୃଷ୍ଣପୁର ଗ୍ରାମ୍ୟ ସୁରକ୍ଷା କମିଟି ନାମରେ ମାମଲା ରୁଜ୍ଜୁ କରୁନାହିଁ ତାହା ସନେ୍ଦହ ଘେରରେ । ଉକ୍ତ ସଂରକ୍ଷିତ ଜଙ୍ଗଲରେ ବର୍ଷର ସବୁ ସମୟରେ ହାତୀ ଏବଂ ଅନ୍ୟ ବନ୍ୟପ୍ରାଣୀ ବସବାସ କରୁଥିଲେ ମଧ୍ୟ ବନ ବିଭାଗ କାଠ ମାଫିଆଙ୍କ ସ୍ୱାର୍ଥରେ ଗଛ କାଟିବା ପାଇଁ ଅନୁମତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ କେନ୍ଦୁଝର ବନଖଣ୍ଡରେ ବନ ବିଭାଗ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅନ୍ୟପଟେ ମାଫିଆମାନେ ବେଧଡକ ଗଛ କାଟି ସଫା କରିଦେଉଥିବାରୁ ପରିବେଶ କ୍ଷତିଗସ୍ତ ହେଉଛି । ବ୍ୟାପକ ଜଙ୍ଗଲ ଧ୍ୱଂସ ଯୋଗୁଁ ପରିବେଶ ଉପରେ ଏହାର କୁ ପ୍ରଭାବ ପଡିଛି । ଏପରିକି ଗଛ କଟାକୁ ନେଇ ଗାଁରେ ଗଣ୍ଡଗୋଳ ହୋଇ ଥାନାରେ ମାମଲା ମଧ୍ୟ ହେଉଛି । ଗଛ କଟାକୁ ବିରୋଧ କରୁଥିବା ଲୋକଙ୍କୁ ବନ ବିଭାଗ ସହଯୋଗ କରୁନଥିବାରୁ ମାଠ ମାଫିଆ ସକ୍ରୀୟ ହୋଇପଡିଛନ୍ତି ।