ଅଗ୍ନି ବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ପଂଚାୟତ ଅଧିନ ଭଣଗାଁ ଗ୍ରାମର ଅଜୟ ଜେନାଙ୍କ ୬ ବଖରା ଚାଳ ଘର ଆକସ୍ମିକ ଅଗ୍ନି କାଣ୍ଡରେ ସମ୍ପୂର୍ଣ୍ଣ ପୋଡି ଧ୍ୱଂସ ହୋଇ ଯାଇଛି । ଖବରପାଇ କେନ୍ଦ୍ରାପଡା କୋ ଅପରେଟିଭ୍ ସୋସାଇଟି ପ୍ରତିଷ୍ଠାତା ସଭାପତି ପ୍ରମୋଦ ସାହୁ ଏକ ସ୍ୱତନ୍ତ୍ର ଟିମ୍ ସହ ପୀଡିତ ପରିବାର ନିକଟରେ ପହଞ୍ଚô ସମବେଦନା ଜଣାଇବା ସହ ବାସନ କୁସନ, ଲୁଗାପଟା, ରାସନ ସାମଗ୍ରୀ ଓ ୫ହଜାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସହାୟତା ପ୍ରଦାନ ସମୟରେ ମୁଖ୍ୟ ଶାଖା ପରିଚାଳିକା ନିହାରିକା ରାଉତ, କାର୍ଯ୍ୟ ନିର୍ବାହୀ ମନୀଶ ସାହୁ, ଜୈନିକ ଜମା ସଂଗ୍ରାହକ ଅମିତ ଦାସ ଓ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ମଲିକ୍ ଉପସ୍ଥିତ ଥିଲେ ।