କଲେନି ବନ୍ୟା କ୍ଷୟକ୍ଷତି ଆକଳନ : ତହସିଲ ଘେରାଉ ନେଇ ପ୍ରସ୍ତୁତି ବୈଠକ 

 ରାଜକନିକା : ରାଜକନିକା ତହସିଲ ଅନ୍ତର୍ଗତ ଭରିଗଦା ପଞ୍ଚାୟତର ଅଚୁତପୁର ଅନ୍ଧାରଘରଣୀ ପୀଠରେ ଭାରିଗଦା ପଞ୍ଚାୟତର ବନ୍ୟାରେ କ୍ଷୟ କ୍ଷେତି ଆକଳନ ନ ହେବାରୁ ୭ ତାରିଖ ଗୁରୁବାର ଚାଷୀମାନେ କନିକା ତହସିଲ କାର୍ଯ୍ୟାଳୟ ଘେରାଉ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବନ୍ୟାରେ ଭାରିଗଦା ପଞ୍ଚାୟତର ଧାନ, ପନିପରିବା, ନଳିତା, କଦଳୀ ଇତ୍ୟାଦି ଚାଷ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ସରକାରୀ ସହାୟତା କମ୍ବା କ୍ଷୟ କ୍ଷତିର ଆକଳନ ନହୋଇଥିବାରୁ ସମସ୍ତ ଚାଷୀ ମାନେ ଏକଜୁଟ ହୋଇ ଆସନ୍ତା ୭ତାରିଖ ଦିନ କନିକା ତହସିଲ କାର୍ଯ୍ୟାଳୟ ଘେରାଉ କରି ସରକାରଙ୍କୁ ପ୍ରତିବାଦ କରିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।ତେବେ ଏହି ବୈଠକରେ ଭାରିଗଡା ପଞ୍ଚାୟତର କିଶୋର ବେହେରା,ଶୈଳେନ୍ଦ୍ର ପାତ୍ର, କୈଳାଶ ବେହେରା,ବୁଲୁଆ ଜେନା,ବିଜୟ ସାହୁ, କୈଳାଶ ବିଶ୍ୱାଳ,ରମାକାନ୍ତ ନାୟକ, ଗଗନ ମଲିକ,ସୁବାଷ ରାଉର, ଅକ୍ଷୟ ବିଶ୍ୱାଳ, ହ୍ରୁସିକେଶ ଜେନା, ରାମଚନ୍ଦ୍ର ବେହେରା, ଧୁଶାସନ ଜେନା, ଅରୁଣ ଦାସ, ମାଧବାନନ୍ଦ ବାରିକ, ନିରାକାର ରାଉତଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।