ହିନ୍ଦୁ ଏକତା ବିଶାଳ ଶୋଭାଯାତ୍ରାକୁ ବିପୁଳ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା: ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି, ଓଡିଆ ନବବର୍ଷ ଓ ମହାବୀର ହନୁମାନ ଜୟନ୍ତୀ ଅବସର ରେ ବିଶାଳ ହିନ୍ଦୁ ଏକତା ଶୋଭାଯାତ୍ରା ତିନିମୁହାଣୀ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଆଜି ପୂର୍ବାହ୍ନରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଶ୍ରୀରାମ ସେନା, ଧର୍ମରକ୍ଷା ସେନା ପ୍ରଭୃତି ସଂଗଠନ ଗୁଡିକର ମିଳିତ ସଂଯୋଜନା ରେ ଏହି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରା ସହର ଅତିକ୍ରମ କରିବା ସମୟରେ ମୁଖ୍ୟ ସଡକର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଶୋଭାଯାତ୍ରା କୁ ବିପୁଳ ସମ୍ବର୍ଦ୍ଧନା, ପଣା ବଣ୍ଟନ, ପାନୀୟ ଜଳ ବଣ୍ଟନ କରାଯାଇ ଶୋଭାଯାତ୍ରା କାରୀଙ୍କୁ ଜନ ସାଧାରଣ ଉସôାହିତ କରିଥିଲେ । ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନୂଆ ବସଷ୍ଟାଣ୍ଡ ଠାରେ ସାମିଲ ହୋଇଥିବା ବେଳେ ବାଲାବାବା ଛକ ଠାରେ ପୂର୍ବତନ ବିଧାୟକ କିଶୋର କୁମାର ତରାଇ ଶୋଭାଯାତ୍ରାରେ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୁରୁଣା ବସଷ୍ଟାଣ୍ଡ ଠାରେ ନଗରପାଳ ସରିତା ସାହୁ, ସମାଜସେବୀ ରଂଜିତ ସାହୁ, ବିଜେଡି ଜିଲ୍ଲା ସଭାପତି ଧିରେନ କୁମାର ସାହୁ, ମୋ ଓଡିଶା ଜିଲ୍ଲା ସଂଯୋଜକ ହିରଣ୍ୟ କୁମାର ପଣ୍ଡା, ଉମେଶ ନାୟକ, ପ୍ରକାଶ ପରିଡା, ସୁନାକର ବେହେରା, ନେହେରୁ ସାହୁ, ଅଭିମନୁ୍ୟ ଗୋଛାୟତ, ଉପୀନ ରାଉତ, କିଶୋର କୁମାର ପଣ୍ଡା, କଳ୍ପନା ମଲିକ, ମହମ୍ମଦ ଅମୀର, ସେକ ଗୁଫରାନ ପ୍ରମୁଖ ଙ୍କ ସମେତ ସଂଖ୍ୟାଲଘୁ ସଂପ୍ରଦାୟ ର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶୋଭାଯାତ୍ରା ରେ ସାମିଲ ହେବା ସହ ସ୍ୱାଗତ ସମ୍ବର୍ଦ୍ଧନା ଓ ଦହି ପାଣି, ପଣା ବିତରଣ କରିଥିଲେ । ବଳଦେବ ସେନା ପକ୍ଷରୁ ଇଛାପୁରରେ ପଣା ବିତରଣ କରାଯାଇ ଶୋଭାଯାତ୍ରା କାରୀଙ୍କୁ ଉସôାହିତ କରାଯାଇ ଥିଲା । ଆୟୋଜକ ବିବେକାନନ୍ଦ ମହାରଣାଙ୍କ ସମେତ ମହେଶ କୁମାର ତ୍ରିପାଠୀ, ଉମେଶ ଦାସ, ଶଶାଙ୍କ କୁମାର ଜେନା, ମାଧବ  ପ୍ରଧାନ, ସଂଜୟ କୁମାର ପତ୍ରୀ, ପ୍ରସନ୍ନଜିତ ରାଉତ, ବିରେନ୍ଦ୍ର ସାମଲ, ନିରଞ୍ଜନ ସୁଆର, ଅଭିଜିତ ଦାସ, ସୁଶିଲ ଦାସ ପ୍ରମୁଖ କର୍ମକର୍ତା ମାନେ ଉପସ୍ଥିତ ରହି ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିଥିଲେ । କେନ୍ଦ୍ରାଞ୍ଚଳ ଆଇ.ଜି ସଂଜୟ କୁମାର କୈାଶଲ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡିପିଓ ଦେବେନ୍ଦ୍ର ମଲିକ, ଟାଉନ ଥାନା ଅଧିକାରୀ ଦିଲିପ କୁମାର ସାହୁ ଓ ସଦର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ସମେତ ଅନ୍ୟ ପଦସ୍ଥ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଶୋଭାଯାତ୍ରା କୁ ମାର୍ଗଦର୍ଶନ କରିବା ସହ ଆଇନ ଶୃଙ୍ଖଳା ରକ୍ଷା ଉପରେ ଦୃଷ୍ଟି ରଖିଥିଲେ ।