ହୁକ୍କାବାର୍ ଉପରେ ଚଢ଼ଉ
ବ୍ରହ୍ମପୁର: ପୂର୍ବରୁ ବଡ଼ ବଡ଼ ସହରରେ ବଡ଼ ବଡିଆ ମାନେ ହୁକ୍କା ବ୍ୟବହାର କରୁଥିଲେ । ଆଜି କାଲି ଏହା ଏକ ଫେସନ ହେବା ସହ ସମ୍ଭ୍ରାନ୍ତ ପରିବାର ଲୋକେ ଓ କଲେଜ ପଢୁଆ ଯୁବକଓ ଯୁବତୀ ମାନଙ୍କୁ ହୁକ୍କାବାର ଗୁଡିÿକରେ ଦେଖିବାକୁ ମିଳୁଛି । ତାହାର ନଗ୍ନ ନମୁନା ରେଶମ ସହର ବ୍ରହ୍ମପୁର ସହରରେ ପୋଲିସ ର ବଡ଼ ଧରଣର ଚଢ଼ାଉ ପରେ ଜଣାପଡିଛି । ଏଭଳି ହୁକ୍କାବାର ଆମ ରାଜ୍ୟରେ ଭୁବନେଶ୍ୱର ଓ କଟକ ରେ ପୂର୍ବରୁ ଚାଲିଥିବାର ନଜିର ରହିଛି । ହେଲେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ଚୋରା ଚୋରା ବାଲି,ମଦ ଓ ଜୁଆ ଖେଳରୁ ଆଦାୟ ଅର୍ଥରେ ହୁକ୍କାବାର ଯାଇ ଉକ୍ତ ବ୍ୟକ୍ତି ବିଶେଷ ମାନେ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟକୁ ହୁକ୍କା ସାହାଯ୍ୟରେ ଧୂଆଁ ଛାଡୁଥିବା ଦେଖିବାକୁ ମିଳୁଛି । ଅଧିକ ନିଶା ପାଇଁ ବହୁ ଯୁବ ପୀଢିଙ୍କ ହୁକ୍କାବାରରେ ଆଡ୍ଡା ଜମାଉଥିବା ଲକ୍ଷକରାଯା ଇଛି । ହୁକ୍କାବାର କୁ ଯିବା ଆଜିକାଲି ଏକ ଷ୍ଟାଇଲରେ ପରିଗଣିତ ହେଲାଣି । ଗତ ଗୁରୁବାର ଦିନ ବ୍ରହ୍ମପୁର ପୋଲିସ ର ବଡ଼ ବାବୁଙ୍କ ପାଖରେ ହୁକ୍କାବାର ଚାଲିଥିବା ଖବର ପହଁଞ୍ଚିବା ପରେ ତିନି ଚାରୋଟି ଥାନାର ଅଧିକାରୀ ମାନଙ୍କ ସହ ବ୍ରହ୍ମପୁର ର ହୁକ୍କାବାର ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା । ବ୍ରହ୍ମପୁର ବଡ଼ ବଡ଼ ହୋଟେଲ ଓ ବାର ରେ ଏଭଳି ହୁକ୍କାବାର ଚାଲିଥିବା ନେଇ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା । ଗଞ୍ଜାମ ଜିଲ୍ଲାର ଗୋପାଳପୁର, ଛତ୍ରପୁର, ଓ ଜାତୀୟ ରାଜପଥ କଡରେ ଥିବା ବିଭିନ୍ନ ହୋଟେଲରେ ଏବେ ବି ହୁକ୍କାବାର ଚାଲିଥିବା ଅଭିଯୋଗ ହେଉଛି । କେତେକ ହୁକ୍କାବାରରେ ଡ୍ରଗ୍ସ ଭଳି ମାରାତ୍ମକ ନିଶା ଦ୍ରବ୍ୟର କାରବାର ହେଉଥିବା ରୀତିମତ ଅଭିଯୋଗ ହୋଇ ଆସୁଛି । ବିଳମ୍ବ ରେ ହେଲେ ବି ପୋଲିସ ଏଭଳି ଚଢ଼ାଉକୁ ନେଇ ବ୍ରହ୍ମପୁର ଲୋକେ ସ୍ୱାଗତ କରିଛନ୍ତି । ପ୍ରକାଶ ଥାଉକି ବ୍ରହ୍ମପୁର ପୋଲିସର ମିଳିତ ଚଢ଼ାଉ ୭ ଟି ଜାଗାରେ ଚଢ଼ାଉ ହୋଇଥିଲା ଏବଂ ସେଠାରୁ ସତଚାଳିଶି ହୁକ୍କା ପାତ୍ର ଏବଂ ଷ୍ଟାଣ୍ଡ ଜବତ କରିଛି ପୋଲିସ । ଏହାକୁ ନେଇ ସ୍ଥାନୀୟ ବି. ଏନ. ପୁର ଥାନାରେ କେସ ନୁମ୍ବର ୧୪୫ ଓ ୧୪୬ ଦୁଇଟି ଯାହାକି ପିୟୁଷ ଜେନାର ସିଟି ଡେନ ରେଷ୍ଟରାଣ୍ଟ ଏବଂ ଟାଟା ବେଞ୍ଚ ଛକରେ ଥିବା ସୁବ୍ରତ ଜେନା ର ବେକ ବେଞ୍ଚର ରେଷ୍ଟରାଣ୍ଟ, ସେହିଭଳି ବ୍ରହ୍ମପୁର ଟାଉନ ଥାନା ଅଧିନସ୍ତ ଚାରୋଟି ଜାଗାରେ ଚଢ଼ାଉ ହୋଇଥିଲା ଯାହାର କେସ ନୁମ୍ବର ୧୧୫,୧୧୬, ୧୧୭,ଏବଂ ୧୧୮ ପଞ୍ଜିକରଣ ହୋଇଛି ଯାହାକି କୃଷ୍ଣ ପ୍ରସାଦ ଚୌଧୁରୀଙ୍କ ଦ. ଡିସି ହାଉସ ଯାହାକି ପୁରୁଣା ବସଷ୍ଟାଣ୍ଡ ନିକଟ ଭିଟୁ ସପିଙ୍ଗ ମୋଲର ଦ୍ୱତୀୟ ମହଲା, ଆର.ସି ଚର୍ଚ୍ଚ ରୋଡ଼ ନିକଟରେ ଲିଖିତ ଯୁମୁଲାଙ୍କ ବୋନ ଆପେଟିଟ, ସାଇ କମ୍ପ୍ଲେକ୍ସରେ ଥିବା ରବୀନ୍ଦ୍ର ଚୌଧୁରୀଙ୍କ ଲେବେଲ -୩ ରେଷ୍ଟରାଣ୍ଟ, ଗିରିଜା ଛକ ନିକଟରେ ଥିବା ଗୟ ଜିଆ ଉଦ୍ଧିନ ସାଦବଙ୍କ ଖଟି ରେଷ୍ଟରାଣ୍ଟ ଏବଂ ବଡବଜାର ଥାନା ଅଞ୍ଚଳରେ ଥିବା ଚାନ୍ସଲର ବାର ଆଣ୍ଡ ରେଷ୍ଟରାଣ୍ଟ ଯାହାକି ୟୁ ଲୋକନାଥ ପାତ୍ର ପିତା ରମେଶ ପାତ୍ର ପୁରୁଣା ବ୍ରହ୍ମପୁର କେସ ନୁମ୍ବର ୧୨୬/୨୦.୩.୨୦୨୫ ରେ ପଞ୍ଜିକୃତ ହୋଇଛି ଏଠାରୁ ଅନେକ ହୁକ୍କା ପାତ୍ର ଏବଂ ହୁକା ପାଇଁ ବ୍ୟବହାର ସାମଗ୍ରୀ ପୋଲିସ ଜବତ କରିଛି ।