ବାଲନ୍ଦାପଡା ସରପଞ୍ଚ ପଦଚୁ୍ୟତ
କନ୍ଧମାଳ: ଦୁଇରୁ ଅଧିକ ସନ୍ତାନ ଥିବା କାରଣରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବାଲନ୍ଦାପଡା ସରପଞ୍ଚ ନିରାକାର ନାୟକଙ୍କୁ ପଦଚୁ୍ୟତ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ସଂଖ୍ୟା ୬/୧.୨.୨୦୨୫ କ୍ରମେ ଅଧିସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ, ଗତ ପଞ୍ଚାୟତ ନିର୍ବାଚନରେ ନିରାକାର ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କର ଦୁଇରୁ ଅଧିକ ସନ୍ତାନ ଥିବା ନେଇ ଅନ୍ୟତମ ପ୍ରତିଦ୍ୱନ୍ଦ୍ୱି ତଥା ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ନାୟକ ଗତ ୨୦୨୨ ମାର୍ଚ୍ଚ ମାସରେ ଫୁଲବାଣୀ ସିଭିଲ କୋର୍ଟରେ ଏକ ମାମଲା ଦାଏର କରିଥିଲେ । ଅଦାଲତ ଏହି ମାମଲାର ଶୁଣାଣୀ କରି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହିତ ଏ ନେଇ ଅଧିସୂଚନା ଜାରି କରିବା ପାଇଁ କନ୍ଧମାଳ ଜିଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନିଦେ୍ର୍ଦଶ ପ୍ରକାରେ ଆଜି ଜିଲ୍ଲାପାଳ ନିରାକାରଙ୍କୁ ପଦଚୁ୍ୟତ କରିଛନ୍ତି ।