ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

 ଛତ୍ରପୁର: ଗଞ୍ଜାମ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି  । ଏହି ନିଯୁକ୍ତି ମେଳାଟିକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉଦ୍ଘାଟନ କରି ଚୟନ ହୋଇଥିବା କେତେକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରି ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ଏତେ ସଂଖ୍ୟକ ଯୁବକ ଯୁବତୀ ଏହି ନିଯୁକ୍ତି ମେଳାରେ ଯୋଗ ଦେଇଥିବା ହେତୁ ଏହା ସଫଳ ହୋଇଛି  । ଏହି ନିଯୁକ୍ତି ମେଳାରେ ୫୫୬୪ ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ  । ସେଥି ମଧ୍ୟରୁ ୨୯୭୬ ଜଣ ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ଦିଆଯାଇଥିବା ବେଳେ ୧୦୯୯ ଜଣଙ୍କୁ ତାଲିମ୍ ପ୍ରଦାନ ନିମନ୍ତେ ଚୟନ କରାଯାଇଛି ଏବଂ ୩୧୯ ଜଣଙ୍କୁ ସେହି ଠାରେ ନିଯୁକ୍ତି ପତ୍ର ପ୍ରଦାନ କତରାଯାଇଥିଲା  । ପ୍ରାୟ ୬୪ ଟି କମ୍ପାନୀ କର୍ମ ନିଯୁକ୍ତି ଦେବା ସକାଶେ ଅଂଶ ଗ୍ରହଣ କରିଥିଲେ  । ଅନେକ ଯୁବକ ଯୁବତୀଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ଦେଇ ନିଯୁକ୍ତି ପ୍ରଦାନ କରାଯିବ  । ବହୁଳ ଭାବରେ ନିଯୁକ୍ତି ସକାଶେ ଆସିଥିବା ହେତୁ ଆଗାମୀ ଦିନରେ ଏଭଳି ନିଯୁକ୍ତି ମେଳାକୁ ବ୍ୟାପକ ଭାବରେ ଆୟୋଜନ କରାଯିବ  । ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଉପାଧ୍ୟକ୍ଷା ଏସ୍. ରାଜେଶ୍ୱରୀ ଦୋରା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଚଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ମଧୁମିତା, ଉପ ଜିଲ୍ଲାପାଳ ଶିବାଶୀଷ ବରାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଛତ୍ରପୁର, ଉପ ନିଦେ୍ର୍ଦଶକ, ସ୍କିଲ ଡେଭଲପମେଣ୍ଟ କମ୍ ଏମ୍ପୟମେଣ୍ଟ ଗଞ୍ଜାମ, ବ୍ରହ୍ମପୁର ପ୍ରମୁଖ ଯୋଗ ଦେଇଥିଲେ  । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓରମାସ୍ ଓ ବ୍ଲକ୍ ଉନ୍ନୟନ ଅଧିକାରୀ ଛତ୍ରପୁର ନିଯୁକ୍ତି ମେଳା ନିମନ୍ତେ ସହଯୋଗ କରିଥିଲେ  ।
ନବରଙ୍ଗପୁର: ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସକାଶେ ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ନିୟୋଜନ ତଥା ଦକ୍ଷତା ବିକାଶ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସହକାରୀ ସଚିବ ଏବଂ ମିଶନ ନିଦେ୍ର୍ଦଶକ, ଦକ୍ଷତା ବିକାଶ ବିଭାଗ,ଭୁବନେଶ୍ୱର , ଜିଲ୍ଲା କର୍ମ ନିୟୋଜନ ତଥା ଦକ୍ଷତା ବିକାଶ ଅଧିକାରୀ ଆନନ୍ଦ ପଳେଇ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଦକ୍ଷତା ବିକାଶ ଅଧିକାରୀ ଶୁଭମ୍ ମହାପାତ୍ର ଉପସ୍ଥିତ ଥିଲେ । ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆସନ୍ତା ୨୫.୩.୨୦୨୫ ତାରିଖ ସକାଳ ୭.୦୦ ଘ ରୁ ୧୧.୦୦ ଘ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏହି ନିଯୁକ୍ତି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୩୦ ରୁ ୩୫ ଟି ନିଯୁକ୍ତି ଦାତା ସଂସ୍ଥା ଏବଂ ୧୦ ରୁ ୧୨ ଟିପ୍ରକଲ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗ ଦେବେ । ଜିଲ୍ଲା ର ବେକାର ଯୁବକ ଯୁବତୀ ପ୍ରକଲ୍ପ କାର୍ଯ୍ୟକାରୀଣି ସଂସ୍ଥା ମାଧ୍ୟମରେ ଜିଲ୍ଲା ଓ ଜିଲ୍ଲା ବାହାରେ ତାଲିମ ନେଇ ନିଶ୍ଚିତ ନିଯୁକ୍ତିର ସୁଯୋଗ ହାସଲ କରିପାରିବେ ।ନବରଙ୍ଗପୁର ଜିଲ୍ଲାର ରୋଜଗାର ସନ୍ଧାନରେ ଥିବା ୫ ମ ଶ୍ରେଣୀ ପାସ୍ ଠାରୁ ଦଶମ ଶ୍ରେଣୀ ଫେଲ୍ ପର୍ଯ୍ୟନ୍ତ ଏବଂ ମାଟ୍ରିକ (୧୦ ମ ଶ୍ରେଣୀ)ପାସ୍ ଠାରୁ ସ୍ନାତକ, ଆଇଟିଆଇ, ଡିପ୍ଲୋମା ପାସ୍ କରିଥିବା ଆଗ୍ରହୀ ଯୁବକ ଯୁବତୀ ମାନେ (୧୮ ରୁ ୩୫ ବର୍ଷ ମଧ୍ୟରେ) ଏହି ମେଳାରେ ଭାଗ ନେଇପାରିବେ ।ଶିକ୍ଷାଗତ ଯୋଗ୍ୟତା, ବାସିନ୍ଦା ପ୍ରମାଣପତ୍ର,ଜାତି ପ୍ରମାଣପତ୍ର,ଫଟୋ ସହିତ ନିଯୁକ୍ତି ମେଳା ରେ ଯୋଗ ଦେଇପାରିବେ । ନିଯୁକ୍ତି ମେଳା ରେ ଦୂରଦୁରାନ୍ତରୁ ଯୋଗ ଦେବାକୁ ଆସୁଥିବା ଆଶାୟୀ ପ୍ରାର୍ଥୀ ମାନଙ୍କ ପାଇଁ ଯାନବାହନ ର ବ୍ୟବସ୍ଥା କରାଯାଉଛି ।ମେଳା ରେ ଆସୁଥିବା ପାର୍ଥିଙ୍କ ପାଇଁ ପାନୀୟ ଜଳ,ଖାଦ୍ୟ,ଶୌଚାଳୟ ର ବ୍ୟବସ୍ଥା କରାଯାଉଛି ।ସହକାରୀ ସଚିବ ଏବଂ କର୍ମ ନିୟୋଜନ ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଏହି ମେଳା ରେ ଯେଭଳି ବହୁ ସଂଖ୍ୟାରେ ଜିଲ୍ଲାର ବେକାର ଯୁବକ ଯୁବତୀ ଯୋଗ ଦେଇପାରିବେ ତା ଉପରେ ବିଶେଷ ପ୍ରଚାର ପ୍ରସାର ପାଇଁ ଅନୁରୋଧ କରିଥିଲେ ।