ଆକ୍ରମଣ : ଜବାବ ଦେଲା ବିଏସଏଫ

india pak warindia pak war

ଆକ୍ରମଣ : ଜବାବ ଦେଲା ବିଏସଏଫ

ନୂଆଦିଲ୍ଲୀ : ଅପରାହ୍ନ ୫ଟାରୁ ଅସ୍ତ୍ରବିରତି  । ଉଭୟ ଭାରତ ଓ ପାକିସ୍ତାନ ଏଥିରେ ସହମତ ହୋଇଛନ୍ତି  । ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫ ଏନେଇ ଏକ୍ସରେ ସୂଚନା ଦେବା ପରେ ଭାରତ ଓ ପାକିସ୍ତାନ ବି ଏନେଇ ଘୋଷଣା କରିଥିଲେ  । ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅସ୍ତ୍ରବିରତି ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା  । ବିଶ୍ୱର ବିଭିନ୍ନ ଦେଶ ବି ଏହାକୁ ସ୍ୱାଗତ କରିଥିଲେ  । କିନ୍ତୁ ପାକିସ୍ତାନର ପୁରୁଣା ଦୋଷ ଗଲାନାହିଁ  । ରାତି ୮ଟା ବେଳକୁ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା  । ଯାହାର କଡ଼ା ଜବାବ ଦେଇଥିଲା ଭାରତ  ।

ଜାମ୍ମୁର ଶାମ୍ବାରେ ଏୟାର ସାଇରନ୍‌ ବାଜିବା ସହ ସେଠାରେ ଆକ୍ରମଣର ସୂଚନା ମିଳିଥିଲା  । ଖାଲି ସେତିକିନୁହେଁ ଆଖନୁର, ରାଜୈାରୀ ଓ ଆରଏସ ପୁରା କ୍ଷେତ୍ରରେ ବି ପାକ୍‌ ପକ୍ଷରୁ ଆକ୍ରମଣ ହୋଇଥିଲା  । ବାରମୁଲାରେ ବି ବିସ୍ଫୋରଣର ଶବ୍ଦ ଶୁଭିଥିଲା  । ଅପରପକ୍ଷରେ ଏହାର କଡ଼ା ଜବାବ ଦେବା ପାଇଁ ବଡର଼୍ର ସିକ୍ୟୁରିଟି ଫୋର୍ସକୁ ନିର୍ଦ୍ଦେଶ ଦିଆଯାଇଥିଲା  ।