ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ସଭା

  ନୂଆପଡା  : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚଳାନପଡା କ୍ଲଷ୍ଟରର ଚଳାନପଡା ଏମ୍ଇ ସ୍କୁଲ ପରିସରରେ ନୂତନ ଭାବେ ଯୋଗଦାନ କରିଥିବା ସିଆରସିସି ବିଶ୍ୱାମିତ୍ର ବନଛୋରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଦାୟ ନେଇଥିବା ସିଆରସିସି ଲକ୍ଷ୍ମୀନାରାୟଣ ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଖୁଦପେଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଦାଶ, ବରିଷ୍ଠ ସାମ୍ବାଦିକ ପରମେଶ୍ୱର ବାରିକ ଯୋଗଦାନ କରି ନୂତନ ଭାବେ ଯୋଗଦାନ କରିଥିବା ଶ୍ରୀ ବନଛୋରଙ୍କ ଉନ୍ନତି କାମନା କରିବା ସହ ବିଦାୟ ନେଇଥିବା ଶ୍ରୀ ସାହୁଙ୍କ ମଧ୍ୟ ତାଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ଧନ୍ୟବାଦ ଦେବା ସହ ରାଙ୍କର ଉତ୍ତରୋତ୍ତର କାମନା କରିଥିଲେ । ସଭାରେ ଶିକ୍ଷକ ଡୋଳାନନ୍ଦ ଚଳାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ଅନୁଜ କୁମାର ସାହୁ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ  ମିରା ପଣ୍ଡା, ତିଲୋତମା ପାଣିଗ୍ରାହୀ, ସମୀକ୍ଷା ରଥ, ନମିତା ସେନାପତି, ଅରପନା ହରପାଳ, ହେମନ୍ତ କୁମାର ମାଝୀ, କିଶୋରୀ ବାଗ, ଯୁଗନ ରଣା, ନମିତା ବାରିକ, ସରିତା ବାରିକ, ଜୟକୃଷ୍ଣ ପଣ୍ଡା, ପଦ୍ମାବତୀ ନାଏକ, ସୁଜାତା ବାରିକ, ସୁଦର୍ଶନ ପରାଭୁଏ, ସୁପ୍ରଭା କୁମ୍ଭାର, ବିମଳି ପୁଟେଲ, ତନୁଯା ଦଣ୍ଡସେନା, ରଞ୍ଜିତା ବୋଉକ,ପଙ୍କଜିନୀ ଟେଣ୍ଡାକରି, ମିରାରାଣୀ ଦାସ, ପ୍ରତିମା ଜଗତ, ମମତା ଶବର, ନିଲାନ୍ଦ୍ରୀ ନିଆଲ ପ୍ରମୁଖ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ  ।