ଛାତ୍ରଛାତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରା 

 ଆସିକା  :  ଅପରେସନ ସିନ୍ଦୁରର ସଫଳତା ନେଇ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଭାରତୀୟ ସେନା ବାହିନୀର ଅସୀମ ତ୍ୟାଗ, ବଳିଦାନ, ନିଷ୍ଠାପରତାକୁ ସଂମାନ ଜଣାଇ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ରାଲି ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରୁ ବାହାରି କଲେଜ ଛକ, ଉକôଳ ଗ୍ରାମ୍ୟ ବ୍ୟାଙ୍କ, ପୁରୁଣା ଶୀତଳ ଭଣ୍ଡାର ଦେଇ କଲେଜରେ ପହଞ୍ଚôଥିôଲା । ଏହି ରାଲିକୁ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ. ଜୀବନା ନନ୍ଦ ତ୍ରିପାଠୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମେଜର ଡ଼ଃ. ଶଙ୍କର ପ୍ରସାଦ ଅଧିକାରୀ, ଅଜିତ କୁମାର ମୁନି, ରାଜେସ ସାହୁ, ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କାଉଟ ରୋଭର୍ସ, ଯୁବ ରେଡ଼କ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅନେକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।