ବ୍ୟାପୁଛି ଜଣ୍ଡିସ
ରାଜ୍ୟର ବିଭିନ୍ନ ଜିଲାରେ ଝାଡ଼ାବାନ୍ତି ପରେ ଏବେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ଜଗତସିଂହପୁର ଜିଲା ବିରିଡ଼ି ବ୍ଲକ ଦଣ୍ଡାସାହି ଗାଁରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୫ ଦିନ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଦୂଷିତ ପାଣି ଯୋଗୁ ଜଣ୍ଡିସ ରୋଗ ବ୍ୟାପୁଥିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପରାରିବୁଝିବା ସହ ଲୋକେ ବ୍ୟବହାର କରୁଥିବା ପାଣି ନମୁନା ସଂଗ୍ରହ କରିଛନ୍ତି।