ଖଡ଼ିଆଳ ସାମ୍ବାଦିକ ପରିଷଦର କୋର କମିଟି ଗଠିତ 

 ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ କଲ୍ୟାଣ ମଣ୍ଡପ ଦୁଇ ଠାରେ ଖଡିଆଳ କାର୍ଯ୍ୟରତ ସାମ୍ବାଦିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକଙ୍କ ସୁରକ୍ଷା, ସ୍ୱାଧୀନତା, ସମନ୍ୱୟ ଏବଂ ସହାନୁଭୂତି ରକ୍ଷା ଉଦେ୍ଦଶ୍ୟରେ ଗଠିତ ଏହି ଅନୁଷ୍ଠାନ ଆଗାମୀ ଦିନରେ ଏକ ପରିବାର ରୂପେ କାର୍ଯ୍ୟ କରିବ । ପରିଷଦରେ ୬ ଜଣିଆ ଏକ କୋର କମିଟି ଗଠନ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ତପନ ଦାଶ ସଂଯୋଜନ ଏବଂ ମୋତିଲାଲା ବାଗ ସହସଂଯୋଜକ ଭାବରେ ମନୋନୀତ ହୋଇଥିଲେ । କୋର କମିଟି ସଦସ୍ୟ ରୂପେ ପରମେଶ୍ୱର ବାରିକ, ଯୋଗେଶ୍ୱର ସଗରିଆ, ରୁଦ୍ର ରାଜ ବାଗ ଏବଂ ଦେବାନନ୍ଦ  ତାଣ୍ଡିଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏହି ପରିଷଦର କାର୍ଯ୍ୟକାଳ ୩ ବର୍ଷ ହୋଇଥିବାବେଳେ ପ୍ରତ୍ୟେକ ବର୍ଷ ୨ଗୋଟି ବୈଠକ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବିଜୟ ସହିସ,େ ହମନ୍ତ କୁମାର ବେହେରା, ଆଦିତ୍ୟ ମହାଉତି, ସୁଜିତ କୁମାର ପ୍ରଧାନ, ସନ୍ତୋଷ କୁମାର ଦଣ୍ଡସେନା, କୁନାଲ ଚରଣ ବେହେରା, ଯୁଗଳ କିଶୋର ମହାନନ୍ଦ, ଶାମ୍ବ କୁମାର ସରାଫ, ବାପୀନା ସାହୁ,ଚନ୍ଦ୍ର ଶେଖର ବେହେରା, ଦୀନବନ୍ଧୁ ଛତ୍ରୀୟା, ସତ୍ୟବ୍ରତ ଷଡଙ୍ଗୀ, ମୋହନ ଲାଲ ଦୀପ, ଶ୍ୟାମ ସୁନ୍ଦର ସଗରିଆ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।