ବୃକ୍ଷରୋପଣ କାର୍ଯ୍ୟକ୍ରମ
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ମହୁଲକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ କେନ୍ଦ୍ର ସାଧନସ୍ତରୀୟ ମାସିକ ବୈଠକ ସମୟରେ ଶ୍ରୀସତ୍ୟ ସାଇ ପ୍ରେମତରୁ ଓ ଇକୋ କ୍ଲବ ଅନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଆରସିସି କଲାକାହ୍ନୁ ମାଝୀ, ପ୍ରଧାନ ଶିକ୍ଷକ ଚମ୍ପେଶ୍ୱର ବାରିକ, ଧନୀକର ଶବର, କ୍ଷୀର ପ୍ରସାଦ ଭୋଇ, ପରମାନନ୍ଦ ସାହୁ, ମୋହନ୍ ମାଝୀ, ଟିକେରାମ ମାଝୀ, ବଂଶୀଧର ଶବର, ଏଫଏଲଏନ ଶିକ୍ଷକ, ସୁଶ୍ରୀ ରାଜଲକ୍ଷ୍ମୀ ମାଝୀ, ଭୀଷ୍ମ ମେହେର, ମକରନ୍ଦ ମାଝୀ, ପିଙ୍କେଶ୍ୱର ଭୋଇ, ଜଗଦୀଶ ଚନ୍ଦ୍ର ଫୁଲ, ମୀନକେତନ ନିଆଲ ପ୍ରମୁଖ ସାମିଲ ହୋଇଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଇକୋ କ୍ଲବ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସମିତିର ସଂଯୋଜକ ଗତିକୃଷ୍ଣ ବେହେରା, ବିକ୍ରମରାଜ ବାଗ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ଥିଲେ ।