ବାଇକ ଚୋରି ଅଭିଯୋଗ

 ଦାନଗଦୀ : ଯଖପୁରା ଗ୍ରାମର ଦୀପକ କୁମାର ନାୟକଙ୍କ ଘରେ ରହୁଥିବା ପାଣିକୋଇଲି ଥାନା ବରେଇ ଗାଁର ନାରାୟଣ ମହାରଣାଙ୍କ ପୁଅ ସନ୍ତୋଷ ।(୩୪)ଙ୍କ ବାଇକ୍ ଚୋରି ହୋଇଯାଇଛି । କାରଖାନାରେ କାର୍ଯ୍ୟ କରୁଥିବା ସନ୍ତୋଷ  ଗତକାଲି ବି ସିଫ୍ଟ କାମ ସାରି ଭଡ଼ାଘରକୁ ଫେରି ବାଇକ ରଖି ଘରେ ଶୋଇଥିଲେ । ସକାଳୁ ଉଠି ଦେଖିଲା ବେଳକୁ ତାଙ୍କ ବାଇକଟି ଫାଟକ ତାଲା ଭାଙ୍ଗି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଯଖପୁରା ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।