ମା’ ତାରିଣୀ ମନ୍ଦିର ଷଷ୍ଠ ବାର୍ଷିକ ଉସôବରେ ଶ୍ରଦ୍ଧାଳୁଙ୍କ ଭିଡ଼
ଭଦ୍ରକ: ଭଦ୍ରକ ସହରାଞ୍ଚଳ ୭ ନଂ ୱାର୍ଡÿ ଭିଭି ଆଇ ପି ଅଞ୍ଚଳ ଗବସାହି ମା’ ତାରିଣୀଙ୍କ ମନ୍ଦିରର ଷଷ୍ଠ ବାର୍ଷିକ ଉସôବ ମହା ଆଡମ୍ବରରେ ପାଳିତ ହେଉଛି । ଏହି ତ୍ରିଦିବସୀୟ ଉସôବରେ ତାରିଣୀ ମନ୍ଦିର କମିଟି ପକ୍ଷରୁ ସମସ୍ତ ପୂଜା ନୀତି ନୀତିରେ ପାଳନ କରାଯାଇଛି । ଏଥି ନେଇ ଗବସାହି ଏବଂ ସହରାଞ୍ଚଳର ବହୁ ଶ୍ରଦ୍ଧାଳୁ ପହଂଚି ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ । ସକାଳେ ମା’ଙ୍କ ସ୍ନାନ ପୂଜା ପରେ କଳସ ଶୋଭାଯାତ୍ରା ପରେ ହୋମ ଚଣ୍ଡୀ ଯଜ୍ଞ ଆରମ୍ଭ ହୋଇ ଆଳତୀ ହୋଇଥିଲା । ସନ୍ଧ୍ୟାରେ ମହା ଆଳତୀ ପରେ ଅଷ୍ଟ ପ୍ରହରୀ ଅଧିବାସ ହେବା ପରେ କୀର୍ତ୍ତନ ଆରମ୍ଭ ହୋଇଥିଲା । ବହୁ ବିଶିଷ୍ଟ ବ୍ୟକ୍ତି ବିଶେଶ ମା’ଙ୍କୁ ଦର୍ଶନ କରିଥିବା ଦେଖାଯାଇଛି । ତେବେ କମିଟି ସଭାପତି ଜଗବନ୍ଧୁ ପାଣି, ସମ୍ପାଦକ ଅନୁପ ସାହୁ, କୋଷାଧ୍ୟକ୍ଷ ନରେନ୍ଦ୍ର ଦାସ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ମାନେ ସାମିଲ ହୋଇ ପୂଜା ଉସôବ ସ୍ୱରୂ ଖୁରୁରେ ପାଳନ କରୁଥିବା ଦେଖାଯାଇଛି ।