ଜନ ଶୁଣାଣିର କାର୍ଯ୍ୟସୂଚୀ ପ୍ରକାଶିତ
କେନ୍ଦୁଝର : ଚଳିତ ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶ ପାଇଛି । ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମର ସୂଚୀ ଅନୁଯାୟୀ ୭.୪.୨୦୨୫ ତାରିଖ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲରେ, ୧୫ ତାରିଖ ମଙ୍ଗଳବାର ଦିନ ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ୨୧ ତାରିଖ ସୋମବାର ଦିନ ଝୁମ୍ପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟ, ୨୮ ତାରିଖ ସୋମବାର ଦିନ ସାହାରପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖାଯାଇ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଅଭିଯୋଗ ଶୁଣାଣିର ସମୟ ସକାଳ ୭ ଟାରୁ ଆରମ୍ଭ କରାଯାଇ ୧୦ଟା ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଭିଯୋଗ ଶୁଣାଣି ସ୍ଥାନରେ ପର୍ଯ୍ୟାପ୍ତ ପିଇବା ପାଣି ଏବଂ ଓଆରଏସ ମହଜୁଦ ରଖିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।