କଂଗ୍ରେସର କର୍ମୀ ବୈଠକ

 କେନ୍ଦ୍ରାପଡ଼ା,: ୨୦୨୪ ସାଧାରଣ ନିର୍ବାଚନ ପରେ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ ପରେ ପ୍ରଥମଥର ପାଇଁ ନିର୍ବାଚନୀ ସମୀକ୍ଷା ଓ କର୍ମୀ ବୈଠକ କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କଂଗ୍ରେସ ନେତା ସଂଗ୍ରାମ କେଶରୀ ମଲିକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କାଉନସିଲର ଧରଣୀଧର ସୁଆରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ବୈଠକରେ କଂଗ୍ରେସ ବିଧାୟିକା ପ୍ରାର୍ଥୀ ଡ଼ଃ ସିପ୍ରା ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ହଳଧର ସେଠୀ, ସସ୍ମିତା ପଣ୍ଡା, ଅପର୍ଣ୍ଣା ମିଶ୍ର ପ୍ରମୁଖ ଯୋଗ ଦେଇ ଚଳିତ ନିର୍ବାଚନରେ କଂଗ୍ରେସ କର୍ମୀ ମାନଙ୍କର ପରିଶ୍ରମ ଫଳରେ କଂଗ୍ରେସ ପ୍ରାର୍ଥୀ ମାନଙ୍କର ସମ୍ମାନ ରକ୍ଷା ହୋଇ ପାରିଥିବା ଡ଼ଃ ମଲିକ ପ୍ରକାଶ କରିଥିଲେ । ଆସନ୍ତା ନିର୍ବାଚନରେ କଂଗ୍ରେସ ରାଜ୍ୟ ଓ କେନ୍ଦ୍ରରେ ପୁଣି ସରକାର ଗଢିବ ବୋଲି ବକ୍ତାମାନେ ଦୃଢୋକ୍ତି ପ୍ରକାଶ କରିଥିଲେ । ଆୟୋଜିତ ଏହି କର୍ମୀ ସମ୍ମିଳନୀ ରେ ବିଭିନ୍ନ ପଞ୍ଚାୟତ ଓ ପୈାରାଞ୍ଚଳରୁ ଆସିଥିବା କଂଗ୍ରେସ କର୍ମୀମାନେ ନିଜ ନିଜର ଅନୁଭୂତି ସଂପର୍କରେ ପ୍ରକାଶ କରିଥିଲେ । ଏହି କର୍ମୀ ସମ୍ମିଳନୀ ରେ କଂଗ୍ରେସ ନେତା ମହେନ୍ଦ୍ର ପରିଡା, ବିଦୂ ଭୂଷଣ ମହାପାତ୍ର, ହରିଶ ପଟ୍ଟନାୟକ, ବେଣୁଧର ସାହୁ, ନଗେନ୍ଦ୍ର ଜେନା, ରଶ୍ମି ରଂଜନ ଚୈାଧୁରୀ, ଭାରତ ଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।