ପ୍ରେମିକ ଘର ଆଗରେ ପ୍ରେମିକାର ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
ଧାମନଗର: ପ୍ରେମ ପରେ ପ୍ରତାରଣା ପ୍ରେମିକାକୁ ଭଲ ପାଇ ପରବର୍ତ୍ତୀ ସମୟରେ ତାକୁ ଧୋକା ଓ ହତ୍ୟା ପରି ଅଭିଯୋଗ କରିଛନ୍ତି ପ୍ରେମିକାର ମା’ । ଏମିତି ଏକ ଘଟଣା ଘଟିଛି ଧାମନଗର ଅଂଚଳରେ । ଧାମନଗର ଥାନା ଅଧିନ ଚୁଡାକୁଟି ପଞ୍ଚାୟତ ସୋରିଷଡିହ ଗ୍ରାମର ଗୋଲଖ ସୁତାରଙ୍କ ଝିଅ ଲିଲି ରାଣ ସୁତାର (୧୬ )ସେହି ଗ୍ରାମର ଦୁର୍ଯ୍ୟଧନ ବେହେରାଙ୍କ ପୁଅ ଗୌତମ (୨୨) ୮ ମାସ ପୁର୍ବରୁ ଲିଲି ରାଣି କୁଭଲ ପାଇ ଥିଲେ ଏବଂ ତାକୁ ନେଇ ବ୍ୟାଙ୍ଗଲୋର ପଳେଇ ଥିଲେ । ଏନେଇ ଝିଅଘର ପରିବାର ପକ୍ଷରୁ ଧାମନଗର ଥାନାରେ ନିଖୋଜ ଅଭିଯୋଗ କରି ପୁଅ ଘର ପରିବାର ଲୋକଙ୍କୁ ପଚାରିଥିଲେ ସେମାନେ କିନ୍ତୁ ଏ ବିଷୟରେ ଜାଣି ନଥିବା କହିଥିଲେ । ତେବେ ଗତ ୪ ଦିନ ତଳେ ହଠାତ ଗୌତମର ପରିବାର ଲୋକେ ଲିଲି ରାଣୀ ଘରକୁ ଆସି ତୁମ ଝିଅ ଗୁରୁତର ଅଛି କଟକରେ ।
ଏଭଳି ଖବର ପାଇ ଝିଅର ଅବସ୍ଥା ଏପରି ଜାଣିବା ପରେ ପରିବାର ଲୋକେ କଟକ ଯାଇ ଦେଖିଲେ ଝିଅର ମୃତୁ୍ୟ ଘଟିଛି । ତେବେ ଗତକାଲି ଅର୍ଥାତ ଶୁକ୍ରବାର ସନ୍ଧ୍ୟା ୫ ଟାରୁ ପୁଅ ଘର ଦୁଆରେ ଲିଲିର ମୃତଦେହ ରଖି ଝିଅଘର ଲୋକେ ଧାରଣାରେ ବସିଥିଲେ । ଖବର ପାଇ ଧାମନଗର ପୁଲିସ ଗତକାଲି ଠାରୁ ଶବକୁ ଜଗି ବସିଥିବା ବେଳେ ପୁଅ ଗୌତମ ଫେରାର ଅଛି । ଝିଅଘର ପରିବାର ଲୋକଙ୍କ ଦାବି ପୁଅ ନ ଆସିବା ପର୍ଯ୍ୟନ୍ତ ଆମେ ମୃତଦେହ ଛାଡି ବୁନି କାରଣ ଆମ ଝିଅକୁ ତୁମ ପୁଅ ହତ୍ୟା କରିଛି । ତେବେ ଆଜି ଧାମନଗର ତହସିଲଦାର ଦୀପକ ଦାସଙ୍କ ଉପସ୍ଥିତିରେ ସବକୁ ପୋଷ୍ଟ ମଟମ ପାଇ ଭଦ୍ରକ ପଠାଇ ଥିଲେ । ଡାକ୍ତର ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଫଣୀ ଭୂଷଣ ନାୟକ କହିଛନ୍ତି ।