ପୋଖରୀରୁ ମୃତ ନବଜାତ ଶିଶୁକନ୍ୟା ଉଦ୍ଧାର 

ପୁରୀ : ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧିନ ସରକଣା ପଞ୍ଚାୟତ ଦଣ୍ଡିଲୋ ଗ୍ରାମରେ ଥିବା ଲିଙ୍ଗରାଜ ସାହୁଙ୍କ ପୋଖରୀରୁ ଏକ ମୃତ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁକନ୍ୟାଟି ଏକ ବ୍ୟାଗରେ ଲୁଗା ଗୁଡା ହୋଇ ପୋଖରୀରେ ଭାସୁଥିଲା । ଖବରନେବାରେ ଜଣାପଡିଛି ଗ୍ରାମର ଲଙ୍ଗରାଜ ସାହୁଙ୍କ ପୋଖରୀକୁ କେହି ଶୌଚ ହେବାକୁ ଯାଇଥିବା ବେଳେ ଏହି ବ୍ୟାଗଟି ଭାସୁ ଥିବାର ଦେଖିଥିଲେ । ଏବଂ ସେଥିରେ ଏକ ପିଲାର ଗୋଡ଼ ଦେଖାଯାଇଥିଲା । ସେ ସଙ୍ଗେସଙ୍ଗେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଖବରପାଇ ବାଲିଅନ୍ତା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା । ପରେ ବ୍ୟବଚ୍ଛେଦ ନିମନ୍ତେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶିଶୁକନ୍ୟା ଜନ୍ମହେବା ପରେ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି ।