ଆନ୍ତଃ ୟୁନିଟ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ
ପାରାଦୀପ : ପାରାଦୀପସ୍ଥିତ ଇଫକୋ ୟୁନିଟ ପକ୍ଷରୁ ଆୟୋଜିତ ଦ୍ୱାଦଶ ଆନ୍ତଃ ୟୁନିଟ ସାଂସ୍କୃତିକ ମହୋତ୍ସବ ହୋଇଯାଇଛି । ପ୍ରଥମ ଥର ପାଇଁ ପାରାଦୀପ ଇଫ୍କୋ ୟୁନିଟରେ ଅନୁଷ୍ଠିତ ମହୋତ୍ସବକୁ ଇଫକୋ ଅଧ୍ୟକ୍ଷ ଦିଲ୍ଲିପ ସଙ୍ଘାନୀ ଓ ତାଙ୍କ ସହଧର୍ମିଣୀ ଗୀତା ବେନ୍ ଉଦ୍ଘାଟନ କରିଥିଲେ । ଇଫ୍କୋର ପାରାଦୀପ ୟୁନିଟ ମୁଖ୍ୟ ପି.କେ ମହାପାତ୍ର ଅଧ୍ୟକ୍ଷ ଓ ତାଙ୍କ ସହଧର୍ମିଣୀଙ୍କୁ ସ୍ୱାଗତ କରିଥିଲେ । ସମବେତ ଜନତାଙ୍କୁ ସମ୍ବୋଧିତ କରିବାକୁ ଯାଇ ସଂଗଠନ ମଧ୍ୟରେ ଏକତା ଓ ସାଂସ୍କୃତିକ ଆଦାନପ୍ରଦାନର ଆବଶ୍ୟକତା ଉପରେ ଶ୍ରୀ ସଙ୍ଘାନୀ ଗୁରୁତ୍ୱଆରୋପ କରିଥିଲେ । କୃଷକଙ୍କୁ ସାହାର୍ଯ୍ୟ କରିବା କ୍ଷେତ୍ରରେ ଇଫକୋ ସର୍ବଦା ପ୍ରଥମ ସ୍ଥାନରେ ରହି ଆସିଛି । ଇଫ୍କୋ ଉଦ୍ଭାବନର ବିଶ୍ୱସ୍ତରୀୟ ପହଞ୍ଚô ବିଷୟରେ ଅଧ୍ୟକ୍ଷ କହିଲେ, ଭାରତରେ ଉଦ୍ଭାବିତ ନାନୋ ୟୁରିଆ ଓ ନାନୋ ଡିଏପି ବର୍ତମାନ ସାରା ବିଶ୍ୱରେ ପ୍ରସାରିତ ହେଉଛି, ଯାହା ଆମ ଦେଶକୁ ଗୌରବାନି୍ୱତ କରୁଛି । ଇଫ୍କୋର ପାରାଦୀପ ୟୁନିଟ ମୁଖ୍ୟ ପି.କେ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ୟୁନିଟ କଲଚରାଲ ଫେଷ୍ଟିଭାଲ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ଭାରତର ସମୃଦ୍ଧ ସାଂସ୍କୃତିକ ଏ÷÷ତିହ୍ୟର ଏକ ଉତ୍ସବ ଏବଂ ମଞ୍ଚ, ଯାହା ଇଫକୋର କର୍ମଚାରୀ ଓ ସେମାନଙ୍କ ପରିବାରର ସୃଜନଶୀଳତାକୁ ପୋଷଣ କରେ । ଇଫ୍କୋର ପରିଚାଳନା ନିଦେ୍ର୍ଦଶକ ଡକ୍ଟର ୟୁ.କେ ଅଗସ୍ତିଙ୍କ ଦ୍ୱାରା କଳା, ଅଭିବ୍ୟକ୍ତିି ଓ ସମ୍ପ୍ରଦାୟ ମାଧ୍ୟମରେ ସଂଗଠନକୁ ଏକତ୍ରିତ କରିବାର ଏକ ଉପାୟ ଭାବରେ ପରିକଳ୍ପନା କରାଯାଇଥିଲା । ଇଫକୋର ଫୁଲପୁର, କାଲୋଲ, ଆଓନଲା, କାଣ୍ଡଲା, ମୁଖ୍ୟ କାର୍ଯ୍ୟାଳୟ, ମାର୍କେଟିଂ ଓ ପାରାଦୀପ ୟୁନିଟ୍ର ଅଂଶଗ୍ରହଣକାରୀ ଏକତ୍ରିତ କରି ରଖିବା ପାଇଁ ଏହା ଏକ ଅଭିନବ ପ୍ରୟାସ । ଜୁନ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସାଂସ୍କୃତିକ ମହୋତ୍ସବରେ ସଙ୍ଗୀତ, ନୃତ୍ୟ, ନାଟକ ସମେତ ଭିନ୍ନ ଭିନ୍ନ ସ୍ୱାଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଇଫ୍କୋର ପାରାଦୀପ ୟୁନିଟ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ ବେଉରା ପ୍ରକାଶ କରିଛନ୍ତି ।