ଜାତୀୟ ଜୁଡୋ ଚାମ୍ପିଅନସିପ୍ରେ ଭାଗ ନେବେ ଦୁଇ ଦିବ୍ୟାଙ୍ଗ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗୌରବ ବଢ଼ାଇବାକୁ ଯାଉଛନ୍ତି ସ୍ୱାଭିମାନ ଅଞ୍ଚଳର ଦୁଇ ଶ୍ରବଣ ଓ ବୋଧନ ଶକ୍ତିହୀନ ଦିବ୍ୟାଙ୍ଗ ଆଦିବାସୀ ବାଳକ ରୁକୁନାଥ ସିଶା ଓ ରବିନାଥ ଜିଗିଡି । ପଙ୍ଗୁ ଲଙ୍ଗେୟେତେ ଗିରି ଭଳି ଏହି ଦୁଇ ଦିବ୍ୟାଙ୍ଗ ବାଳକ ଉତ୍ତରପ୍ରଦେଶ କାନପୁର ଠାରେ ହେଉଥିବା ଜାତୀୟ ଜୁଡୋ ଚାମ୍ପିଅନସିପ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ସାରା ଓଡିଶାରୁ ଚାରିଜଣ ଖେଳାଳିଙ୍କ ମଧ୍ୟରେ ମାଲକାନଗିରିର ସର୍ବାଧିକ ଏହି ଦୁଇଜଣ ଖେଳାଳୀ ଅଛନ୍ତି । ଏମାନେ ମାନସିକ ଓ ଶାରୀରିକ ବାଧା ସହିତ ସଂଘର୍ଷ କରି ଅନନ୍ୟ ପ୍ରତିଭା ଓ ଦୃଢ଼ ସଂକଳ୍ପ ଦ୍ୱାରା ଖେଳ କ୍ଷେତ୍ରରେ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ମାଲକାନଗିରି ଆଓମା ଗୁରୁକୂଳ ଓ ଜୁଡୋ ଏସୋସିଏସନର ମିଳିତ ପ୍ରୟାସ ଏବଂ ଜିଲ୍ଲା ପ୍ରଶାସନର ସାହାଯ୍ୟ ଏବଂ ସହଯୋଗ ଦ୍ୱାରା ସମ୍ଭବ ହୋଇ ପାରିଛି ବୋଲି ଅନୁଷ୍ଠାନର ମୁଖ୍ୟ ବିନାଶ କୁମାର ମିଶ୍ର ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସେମାନଙ୍କୁ ଜିଲ୍ଲା ରେଡକ୍ରସ୍ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ମାନସ ମିଶ୍ର, ଆଓମା ଗୁରୁକୁଳ ର ଅଧକ୍ଷ ରନôାକର ଦାଶ,ସହକାରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକରୀ ନିର୍ମଳ ଧାରୁଆ, ଜିଲ୍ଲା କ୍ରୀଡ଼ାଧିକାରୀ ଅଜୟ ମାଣ୍ଡାଙ୍ଗୀ, ଜିଲ୍ଲା ସହକାରି ସାମାଜିକ ସୁରକ୍ଷା ଅଧିକାରୀ ସଶ୍ମିତା ସ୍ୱାଇଁ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଏପିଡି ହିମାଂଶୁ ମହାରଣା ପ୍ରମୁଖ ଅଧିକାରୀ ଏହି ଦୁଇ ଦିବ୍ୟାଙ୍ଗ ବାଳକଙ୍କ ଯାତ୍ରାର ସଫଳତା କାମନା କରି ଦୁଇ କ୍ରୀଡାବିତଙ୍କୁ ପ୍ରଶଂସା କରିବା ସହିତ ଆହୁରି ଆଗକୁ ଯିବା ପାଇଁ ପ୍ରେରଣା ଦେଇଛନ୍ତି ।