ଘୋଷଣାରେ ସୀମିତି ତାଳଚେର ମେଡ଼ିକାଲ କଲେଜ! , ହେଉନି କାର୍ଯ୍ୟକ୍ଷମ, ଭୂତକୋଠି ପାଲଟିଗଲାଣି କୋଠା


ାା ପ୍ରଭାନୁ୍ୟଜ ।ା ତାଳଚେର : ତାଳଚେର ମହାନଦୀ କୋଲଫିଲଡ଼ସ୍ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଇଥିବା ମେଡ଼ିକାଲ କଲେଜ ଖୋଲିବା ନେଇ ରାଜ୍ୟ ସରକାର ଓ ଏମସିଏଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ଘୋଷଣା ହୋଇଥିଲା । ହେଲେ ଏବେ ଏହି ଘୋଷଣା ଓ ଚୁକ୍ତିନାମା ନାଲିଫିତା ତଳେ ବନ୍ଧା ହୋଇ ରହିଛି । ଏହି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ୫ଶହ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ପ୍ରତିବର୍ଷ ଶହେଟି ଆସନରେ ଛାତ୍ରଛାତ୍ରୀ ଏମ୍ବିବିଏସ୍ ପାଠ ପଢ଼ିବା ନେଇ ବ୍ୟବସ୍ଥା ହୋଇଛି । ତାଳଚେର ମେଡ଼ିକାଲ କଲେଜ ଦ୍ୱାରା ଅନୁଗୋଳ ଜିଲ୍ଲା ସମେତ ଢ଼େଙ୍କାନାଳ, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାର ପ୍ରାୟ ୭୦ଲକ୍ଷରୁ ଊଦ୍ଧ୍ୱର୍ ଲୋକ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ଲକ୍ଷ୍ୟ ରଖି ଏହି ମହାବିଦ୍ୟାଳୟ ଓ ଚିକତ୍ସାଳୟ ପ୍ରତିଷ୍ଠା କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାର ପରିଚାଳନା ଦାୟିତ୍ୱ ତୁଲାଇବେ ଏବଂ ମେଡ଼ିକାଲ କଲେଜର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବ ବୋଲି ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ପ୍ରଶାସନିକ ପତ୍ର ସେତେବେଳେ ପ୍ରଦାନ କରାଯାଇଥିଲା । ଦୀର୍ଘବର୍ଷ ଅତିକ୍ରାନ୍ତ କରି ସାରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କେବେ ଖୋଲିବ ତାହା ଉପରେ ଆଶାବାନ୍ଧି ବସିଛନ୍ତି ଅଞ୍ଚଳବାସୀ । ଏହି ମେଡ଼ିକାଲ କଲେଜ ଖୋଲିବା ପାଇଁ ୨୦୧୩ରୁ ତତ୍କାଳୀନ କଂଗ୍ରେସ୍ ଶାସନ କାଳରେ ବିଭିନ୍ନ ସମୟରେ କେନ୍ଦ୍ର ୟୁପିଏ ସରକାରଙ୍କ ନିକଟରେ ଦଳୀୟ ନେତାମାନେ ଦାବି କରି ଆସୁଥିଲେ । ପରିବର୍ତ୍ତୀ ସମୟରେ ସମୟ ଏନ୍ଡ଼ିଏ ସରକାର ଅମଳରେ ୨୦୧୫ସେପ୍ଟେମ୍ବର ୩ ତାରିଖ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲାମନ୍ତ୍ରୀ ପିୟୁଷ ଗୋଏଲ୍, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଂସଦ ଓ ଏମସିଏଲର ବରିଷ୍ଠ ପରିଚାଳନା ନିଦେ୍ର୍ଦଶଙ୍କ ଉପସ୍ଥିତିରେ ତାଳଚେର ମେଡ଼ିକାଲ କଲେଜ ଶିଳାନ୍ୟାସ କଲେଜର ଶିଳାନ୍ୟାସ୍ କରାଯାଇଥିଲା । ଏହା ପରେ ପ୍ରାୟ ୪୯୨କୋଟି ବ୍ୟୟରେ ଏମସିଏଲ ପକ୍ଷରୁ ମେଡ଼ିକାଲ କଲେଜ ନିର୍ମାଣ କରିବାକୁ ହସ୍ପିଟାଲ ଏବଂ ପିଲାଙ୍କ ପାଠ ପଢ଼ିବା ପାଇଁ ବିଭିନ୍ନ ଶ୍ରେଣୀଗୃହ ଓ ଲାଇବ୍ରେରୀ ନିର୍ମାଣ ଶେଷ ହୋଇଥିଲା । ସେତେବେଳେ ଠାରୁ ମେଡ଼ିକାଲ କଲେଜ ନିର୍ମାଣ ଶେଷ ହୋଇ ସାରିଥିବାବେଳେ ଆଜି ପର୍ଯ୍ୟନ୍ତ ଏହା ଲୋକଙ୍କ ସେବାରେ ଲାଗି ପାରିନଥିବା ତାଳଚେରବାସୀଙ୍କ ପାଇଁ ଏକ ଦୁର୍ଭାଗ୍ୟଜନକ ହୋଇଛି । ବରଂ ଏହାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ମେଡ଼ିକାଲ କଲେଜର ନିର୍ମାଣ କାର୍ଯ୍ୟ ପ୍ରାୟ ଦୀର୍ଘବର୍ଷ ହେବ ଶେଷ ହୋଇଥିବାବେଳେ ରକ୍ଷଣାବେକ୍ଷଣା ଅଭାବରୁ ଘରଦ୍ୱାରା ଭୂତକୋଠି ସଦୃଶ୍ୟ ହୋଇଗଲାଣି । ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଭିତ୍ତିଭୂମି ନ ଥାଇ ସୁଦ୍ଧା ମେଡ଼ିକାଲ କଲେଜ ନିର୍ମାଣ କରାଯାଇ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଏମସିଏଲ ପକ୍ଷରୁ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲେ ହେଁ ଏହା ତାଳଚେର ମେଡ଼ିକାଲ କଲେଜ କେବେ କାର୍ଯ୍ୟକ୍ଷମ ହେବ ଓ ଅଞ୍ଚଳବାସୀ କେବେ ଏହାର ସୁବିଧା ପାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।