ଗଛପଡି ରାସ୍ତା ଅବରୋଧ

 କାଳିଆପାଣି : କାଳବୈଶାଖି ପ୍ରଭାବରେ ପଡ଼ିଥିବା ଏକ ଗଛ ଯୋଗୁ ଖଣି ଅଞ୍ଚଳର ଚିଙ୍ଗୁଡ଼ିପାଳ ପଞ୍ଚାୟତ ବାଘୁଆସାହିରାସ୍ତା ଅବରୋଧ ହୋଇରହିଛି । କିନ୍ତୁ ବନ ବିଭାଗ ପକ୍ଷରୁ ଗଛକୁ ହଟାଯିବାର କୈାଣସି ବ୍ୟବସ୍ଥା କରାଯାଉନି । ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଉକ୍ତ ରାସ୍ତାଟି ଉପରେ ସମ୍ପୂର୍ଣ ଗାଁ ଲୋକେ ନିର୍ଭର୍ର କରିଥାନ୍ତି । ହେଲେ ରାସ୍ତା ଉପରେ ଗଛଟି ପଡିବା ଦିନ ଠାରୁ ଆଜିଯାଏଁ ବନବିଭାଗ କିମ୍ବା ତତସଂଲଗ୍ନ କୌଣସି ଅଧିକାରୀ ଉକ୍ତ ସ୍ଥାନରେ ପହଁଚି ନାହାଁନ୍ତି । ଗାଁ ଲୋକଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଏବଂ ବନବିଭାଗ ଅଧିକାରୀଙ୍କୁ ବହୁବାର ଜଣାଇ ଥିଲେ ସୁଦ୍ଧା ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାଇ ଉକ୍ତ ରାସ୍ତାଟି ଉପରେ ପ୍ରତ୍ୟହ ଦିନ ମଜୁରିଆ ଠାରୁ ଆରମ୍ଭ କରି ଖଣି ଖାଦାନରେ କାମ କରୁଥିବା ଶ୍ରମିକ ଯିବାଆସିବା କରିଥାନ୍ତି । ଯାହା ଏବେ ତାଙ୍କ ପାଇଁ ନାହିଁନଥିବା ସମସ୍ୟା ସୃଷ୍ଟି କରିଛି । ଏପରିକି ଗାଁ ରୋଗିଟିଏ ବି ଡାକ୍ତରଖାନା ଯିବାର ରାସ୍ତା ପାଉନାହିଁ । ଏଥିପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।