ବାଆଦି ଠାକୁରଙ୍କ ତେଳ ହଳଦୀ ଯାତ୍ରା ପ୍ରସ୍ତୁତି ବୈଠକ
କୋକସରା : କୋକସରା ବ୍ଲକ ବଡପୋଡାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଗୁଡା ବାଆଦି ଠାକୁରଙ୍କ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ରବିବାର ଦିନ ହେବାକୁ ଥିବା ବାଆଦି ଠାକୁରଙ୍କ ତେଳ ହଳଦୀ ଯାତ୍ରାକୁ ନେଇ ଦାବ୍ରିଗୁଡା ଓ ସର୍ଗିଗୁଡା ଉଭୟ ଗ୍ରାମ ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଦେବା ଦେବୀଙ୍କ ସ୍ଥାନ ବିଶେଷ ଭାବରେ ସ୍ୱତନ୍ତ୍ରତା ରହି ଥିବାବେଳେ ପୁର୍ବ ପୁରୁଷା ଧରି ଏହି ଯାତ୍ରାକୁ ପ୍ରତ୍ୟେକ ବର୍ଷ ଅଞ୍ଚଳବାସୀ ବିଭିନ୍ନ ଅଭାବ ଅନାଟନରେ ମଧ୍ୟ ଧୁମଧାମ ସହ ପୂଜା କାର୍ଯ୍ୟ ବଜାଇ ରଖିଛନ୍ତି । ଅଞ୍ଚଳର ଲୋକମାନଙ୍କ କହିବା ଅନୁସାରେ ପୂର୍ବରୁ ବୈଶାଖ ମାସ ତୃତୀୟା ଆରମ୍ଭ ଠାରୁ ୧୨ଟି ରବିବାର ଗଲାପରେ ଏହି ତେଲ ହଲଦି ଯାତ୍ରା ସମ୍ମାପନ କରାଯାଉଥିଲା । କାଳକ୍ରମେ ଏହା ବୈଶାଖ ମାସ ତୃତୀୟା ଠାରୁ ସପ୍ତମ ରବିବାରରେ ଏହି ତେଲ ହଲଦି ଯାତ୍ରା ସମ୍ମାପନ କରାଯାଉଛି । ଏହି ଯାତ୍ରା ପାଳନ କଲେ ଚାଷ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ବର୍ଷା ହେବା ସହିତ ଆଗାମୀ ଋତୁରେ ଭଲ ଚାଷ ଓ ଅଞ୍ଚଳର ସମସ୍ତେ ସୁଖ ଶାନ୍ତିରେ ରୁହନ୍ତି ବୋଲି ବିଶ୍ୱାସ ରହିଛି । ଉକ୍ତ ବୈଠକ ଗ୍ରାମର ଉଦ୍ଧବ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବଲା । ବୈଠକରେ ଉଭୟ ଗ୍ରାମର ଲୋକେ ବାଆଦି ଠାକୁରଙ୍କ ତେଳ ହଳଦୀ ଯାତ୍ରା ପୂଜାବିଧି ଏବଂ ଜାଗର ବାବଦରେ ପୂଙ୍ଖା ନୁ ପୂଙ୍ଖା ଭାବରେ ଆଲୋଚନା କରିଥିଲେ । ପୂଜା କମିଟି ସଭାପତି ଧନବଳ ମାଝୀ, ଉପ ସଭାପତି ପରୀକ୍ଷିତ ବେଶ୍ରା, ସମ୍ପାଦକ ଭୁଜବଳ ବାଗ,ନିରନ ଦିଶାରୀ, କୃତ୍ତି ବାସ ମାଝୀ, ଶିବମାଝୀ, ରତନ ଦିଶାରୀ, ଭୋଦେବ ବାଣୁଆ ଉପସ୍ଥିତ ଥିଲେ ।