ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ଦୀପଦାନ
ବରୀ : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆଶୁ ଆରେଗ୍ୟ କାମନା କରି ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ଓ ତାଙ୍କ ସମର୍ଥକ ମାନେ ରାମଚନ୍ଦ୍ରପୁର ସ୍ଥିତ ରାମେଶ୍ୱର ଶିବ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଦୀପଦାନ କରିଛନ୍ତି । ଏଥିରେ ବରୀ ବ୍ଲକ ବିଜେଡି ସଭାପତି କେଦାର ସାମଲ, ଜିଲ୍ଲାପରିଷଦ ସନ୍ତୋଷ ସାମଲ, ଅଶୋକ କୁମାର ସାମଲ, ଦିଲ୍ଲୀପ କୁମାର ମହାନ୍ତି, ସୁଶାନ୍ତ ବିଶ୍ୱାଳ, ହରିହର ପଣ୍ଡା, ବିଜୟ ସାହାଣୀ, ପ୍ରଫୁଲ୍ଲ ସାମଲ, ରଞ୍ଜନ ପଣ୍ଡା, ଶାନ୍ତନୁ ସାମଲଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦାନ କରି ମନ୍ଦିରରେ ଦୀପଦାନ କରିଥିଲେ ।