୧୨ ଘଣ୍ଟିଆ ଓଡ଼ିଶା ବନ୍ଦ : ଗଡ଼ିଲାନି ଗାଡ଼ି ମୋଟର, ଦୋକାନ ବଜାର ବନ୍ଦ
ବ୍ରହ୍ମବରଦା : ବାଲେଶ୍ୱର ସ୍ଥିତ ଫକିର ମୋହନ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ସରକାର ଉଦାସୀନତା ଯୋଗୁ କଂଗ୍ରେସ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଇଛି । ଏହି କ୍ରମରେ ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳରେ ମଧ୍ୟ ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ ସହ ସହ କଂଗ୍ରେସ କର୍ମୀ ସକାଳୁ ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତାର ବ୍ରହ୍ମବରଦା ବ୍ୟାଙ୍କ ଛକ ନିକଟରେ ବାଉଁଶ ବାନ୍ଧି ରାସ୍ତାରୋକ କରିଥିଲେ । ଆତ୍ମାହୁତି କରିଥିବା ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ଦେବା ସହିତ ତାଙ୍କ ମୃତୁ୍ୟରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ନାରା ଦେଇଥିଲେ । ଏଥିସହିତ ରାଜ୍ୟ ସରକାର ତାଙ୍କ ପରିବାରକୁ ୫୦ଲକ୍ଷ ଅର୍ଥରାଶି ପ୍ରଦାନ କରିବାକୁ ଦାବି କରିଥିଲେ । କଂଗ୍ରେସ କର୍ମୀମାନେ ବ୍ରହ୍ମବରଦା ବଜାର ଘାଟ ବ୍ରିଜ୍ ଠାରୁ ବ୍ୟାଙ୍କ ଛକ ଦେଇ ବ୍ରହ୍ମବରଦା ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ କର୍ମୀ ନୁରୁଲ ହକ୍, ସଂଗ୍ରାମ ରାଉତ, ମନୋଜ ମଲ୍ଲିକ, ନସିମ ଅହମଦ, ସେକ୍ ସରତାଜ, ନଜିର୍ ଖାଁନ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ । ଓଡ଼ିଶା ବନ୍ଦର ପ୍ରଭାବରେ ଗ୍ରାମର ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ବନ୍ଦ ରହିଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
˜ ବୈତରଣୀ ରୋଡ: ସେହିପରି କଂଗ୍ରେସର ବନ୍ଦ ଡ଼ାକରାର ପ୍ରଭାବ ବୈତରଣୀ ରୋଡରେ ଦେଖିବାକୁ ମିଳିଥିଲା । ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁଙ୍କ ତତ୍ତ୍ୱାବଧାନରେ କର୍ମୀ ଦୋକାନ ବଜାର ବନ୍ଦ କରିଥିଲେ । ବ୍ୟାଙ୍କ୍, ପୋଷ୍ଟ୍ ଅଫିସ, କୋପ୍ରେଟିଭ ସୋସାଇଟ, ସ୍କୁଲ୍ ଆଦି ପ୍ରମୁଖ ବନ୍ଦ ରହିବା ସହ ସ୍ଥାନ ସହ ଯାନ ବାହନ ଚଳାଚଳ ବନ୍ଦ ରହିଥିଲା । ଦଳର ସୁଧୀର ମହାନ୍ତି, ଦୟାନିଧି ସେନାପତି, ନିରଞ୍ଜନ ଚକ୍ରବର୍ତ୍ତୀ, ସଦାଶିବ ରାଉତ, ପ୍ରସନ୍ନ ପରିଡ଼ା, ଅଭୟ ସ୍ୱାଇଁ, ରାଧାମୋହନ ବିଶ୍ୱାଳ, ନାରାୟଣ ମହାପାତ୍ର, ଦିଲୀପ ରଥ, ଶରତ ପଣ୍ଡା, ବିଷ୍ଣୁ ସେନାପତି, ଦନାର୍ଦ୍ଦନ କର, ଶଙ୍କର୍ଷଣ ସାହୁ, ଅନନ୍ତ ସିଂହ, ସେକ କମାଲ, ସେକ ଜମାଲ, କିଶୋର ମହାପାତ୍ର, ମୁସ୍ତାକ ଅଲ୍ଲୀ, ଉମାକାନ୍ତ ମଲ୍ଲିକ, ପରମାନନ୍ଦ ଜେନା, ଶରତ ଜେନା, ବୃନ୍ଦାବନ ସାହୁ, ରବୀନ୍ଦ୍ର ମହାପାତ୍ର, ଉମାକାନ୍ତ ବେହେରା, ସତ୍ୟାନନ୍ଦ କାଣ୍ଡି, ବେଣୁଧର ଖଟୁଆ ପ୍ରମୁଖ ଶତାଧିକ କର୍ମୀ ବନ୍ଦକୁ ସଫଳ କରାଇଥିଲେ ।
˜ ବିଞ୍ଝାରପୁର: ବିଞ୍ଝାରପୁର କଂଗ୍ରେସ୍ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ସଫଳ ହୋଇଛି । ବ୍ଲକ୍ର ପ୍ରମୁଖ ବଜାର ବିଞ୍ଝାରପୁର, ସିଂହପୁର, ବାଳମକୁଳୀ, ପ୍ରିତିପୁର, ମଇଁନ୍ଦା, ସୟଦପୁର, ମାଂସଡା ସମେତ ଅନେକ ବଜାର, ସରକାରୀ କାର୍ଯ୍ୟାଳୟ,ପେଟ୍ରୋଲ ପମ୍ପ ସମେତ ଗାଡ଼ି ଗୁଡ଼ିକୁ ଅଟକାଇ ମୁଖ୍ୟମନ୍ତ୍ର, ଉଚ୍ଚଶିକ୍ଷାମନ୍ତ୍ରୀ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ନାରାବାଜି କରିବା ରାଜ୍ୟରେ ମିଛ, ପ୍ରତାରଣାର ସରକାର ଚାଲିଛି, ପ୍ରତିଦିନ ମହିଳା କୁକର୍ମ ଚାଲିଥିବା ବେଳେ ଆଇଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା କହିଥିଲେ ଆନେ୍ଦାଳନ କାରୀମାନେ । କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ, କନକଲତା ମଲିକ, ସରୋଜ କୁମାର ଦାଶ, ପ୍ରବୋଧ ଦାସ, ପ୍ରତାପ ଦାସ, ବିଶ୍ୱମ୍ବର ସେନାପତି, ଗୋବିନ୍ଦ ନାୟକ, ପ୍ରସନ୍ନ ଦାସ୍, ବ୍ରହ୍ମାନନ୍ଦ ବଳ, ସୁରେନ୍ଦ୍ର ଜେନା, ବିଜନ ଦାସ, ଗଜେନ୍ଦ୍ର ପାତ୍ର, ସୁଳଚନା ଦାସ, ଅବୁ ବକ୍କର, ସିତାଂଶୁ ମହଲଙ୍କ ସମେତ ଶହଶହ କର୍ମୀ ସାମିଲ୍ ଥିଲେ ।
˜ ବ୍ୟାସନଗର: ବ୍ୟାସନଗର ଠାରେ ବନ୍ଦ ସଫଳ ହୋଇଛି । ମହିଳା କଂଗ୍ରେସ ପୂର୍ବତନ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ନଗର ସଭାପତି ଦିଲ୍ଲୀପ କୁମାର ମଲ୍ଲିକ, ପୂର୍ବତନ ଉପନଗରପାଳଦାନ ସାମଲ, ତପନ କୁମାର ନାୟକ, କାଉନସିଲର ରବୀନ୍ଦ୍ର ରାଉତ, ଅର୍ଣ୍ଣପୂର୍ଣ୍ଣା ତରେଇ, ଆରତୀ ସ୍ୱାଇଁ, ବ୍ୟାସନଗର ମହିଳା କଂଗ୍ରେସ ସଭାନେତ୍ରୀ ଜ୍ୟୋତିସ୍ମିତା ରାଉତ, ପୂର୍ବତନ କାଉନସିଲର ଅନୁପ ନାୟକ, ଦିଲ୍ଲୀପ ଜେନା, ପଦ୍ମନାଭ ସ୍ୱାଇଁ, ଅରୁଣ ପରିଡା,ଫେରେକ୍ରୋମ ମଜଦୁର ସଙ୍ଘ ପୂର୍ବତନ ସମ୍ପାଦକ ଲୋକନାଥ ବେହେରା, ବରିଷ୍ଟ ନେତା ସୁଧାନିଧି ମହାପାତ୍ର, ପ୍ରଭାତ ମହାପାତ୍ର, ସନ୍ତୋଷ ମହାନ୍ତି, ବଳରାମ ପରିଡା, ଗୋପୀନାଥ ମଳିକ, ପ୍ରଫୁଲ ପାତ୍ର, ନିହାର ପହି, କୃଷ୍ଣ ଚନ୍ଦ୍ର ମଳିକ,ଗୋବିନ୍ଦ ଚନ୍ଦ୍ର ବାରିକ, ସୁଧାଂଶୁ ମଲ୍ଲିକ,ସୁରେଶ ରାଉତ, ରଂଜିତ ମଲ୍ଲିକ,ଅଜୟ କୁମାର ସାମନ୍ତ ସିଂହାର,ସିପୁ ମଲ୍ଲିକ, ମଦନପରିଡା, କାର୍ତ୍ତିକ ନାୟକ, ତପନ ମଳିକ, ବାଇଧର ମଳିକ ପ୍ରମୂଖ ବନ୍ଦ ସଫଳ କରିବାରେ ପ୍ରମୂଖ ଭୁମିକା ଲିଭାଇଥିଲେ ।
˜ ଦାନଗଦୀ: ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ମିଲିଟାରୀ ଛକ, ବଙ୍ଗଳା ଛକ, ଡ଼ୁବୁରୀ ଛକ ଓ ଟମକା ଛକରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗାଡି ମୋଟରକୁ ରାଜରାସ୍ତାରେ ବନ୍ଦ କରିଥିଲେ । ସମସ୍ତଦୋକାନ ବଜାର, ଅଫିସ ବନ୍ଦ ଥିଲା । ବାଇକରେ ଯାତ୍ରୀ ମାନେ ଯାତାୟାତ କରୁଥିବା ବେଳେ ଜରୁରୀ କାଳୀନ ଗାଡି ଗୁଡିକୁ ଛାଡ଼ିଦିଆଯାଇଥିଲା । ମିଲିଟାରୀ ଛକରେ ପୁଲିସ କଂଗ୍ରେସର ନେତୃତ୍ୱ ନେଉଥିବା ନେତା ମାନଙ୍କୁ ଗିରଫ କରି ନେଇଯାଇଥିଲା । ଡ଼ୁବୁରୀରେ ଶ୍ରମିକ ନେତା ବାବୁଲି ପୂର୍ତ୍ତୀ, ବିଭୂଭୂଷଣ ରାଉତ ଓ ମହେନ୍ଦ୍ର ଦାସ ସରକାର ଓ ପୁଲିସ ପ୍ରଶାସନକୁ ନିନ୍ଦା କରିଥିଲେ, ଡ଼ୁବୁରୀ ଛକ ରେ ଶ୍ରମିକ ନେତା ବାବୁଲି ପୂର୍ତ୍ତୀ, ରଂଜିତ ରାଜ, ସ୍ୱର୍ଣଲତା ବାନରା, ମଳୟ ପାତ୍ର, ହିନ୍ଦୁ ଜାମୁଦା, ଝରଣା ମହାନ୍ତ, ବୀରକିଶୋର ସାହୁ, ନିଲୁ ଦେଓ, ଅଜୟ ଜେନା ପ୍ରମୁଖ ବନ୍ଦର ନେତୃତ୍ୱ ନେଇଥିବା ବେଳେ ଟମକାରେ ଦାମୋଦର ପୁହାଣ, ଅଜୟ ସାହୁ, ପ୍ରଭାତୀ ବଳ ପ୍ରଭାତ ସାମନ୍ତ ଦାନଗଦୀରେ ଉମାକାନ୍ତ ଜେନାମଣି, ଦୟାନିଧି ପଲାଇ ପ୍ରମୁଖ ନେତୃତ୍ୱ ନେଇ ବନ୍ଦ ପାଳନ କରିଥିଲେ ।
˜ କୁଆଖିଆ: ରସୁଲପୁର ବ୍ଲକ କଂଗ୍ରେସ୍ ସଭାପତି ମିହିର କୁମାର ମିଶ୍ରଙ୍କ ନେତୃତ୍ୱରେ କର୍ମୀମାନେ ଏକତ୍ରିତ ହୋଇ କୁଆଖିଆ ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍, ଗ୍ରାମ୍ୟ ବ୍ୟାଙ୍କ୍, ବ୍ୟବସାୟିକ ପ୍ରତିଷ୍ଠାନ ସହିତ ବ୍ଲକ କାର୍ଯ୍ୟାଳୟ, ତହସିଲ ସମେତ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡିକ ବନ୍ଦ କରିଥିଲେ । ଜାତୀୟ ରାଜପଥ ଓଭରବ୍ରିଜ୍ର ମୁଖ୍ୟ ପଥକୁ ଅବରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ କର୍ମୀ ମାନେ ସରକାର ବିରୋଧୀ ସ୍ଲୋଗାନ୍ ଦେଇ ବାଲେଶ୍ୱର ଘଟଣାରେ ମୃତ୍ୟୁବରଣ କରିଥିବା ଝିଅ ସୋମ୍ୟାଶ୍ରୀଙ୍କୁ ସରକାର ନ୍ୟାୟ ଦେବା ବିଫଳ ଯୋଗୁଁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦେବା ପାଇଁ ଦାବି କରିଥିଲେ । ଏଥିରେ ସର୍ବ ଭାରତୀୟ କଂଗ୍ରେସ୍ କମିଟିର ସଦସ୍ୟ ତଥା ପ୍ରଦେଶ କଂଗ୍ରେସ୍ର ମିଡ଼ିଆ ସେଲ୍ ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ, ପ୍ରଦେଶ କଂଗ୍ରେସ କମିଟିର ସଂଯୋଜକ ମାଗୁଣି ଜେନା, ବରିଷ୍ଠ ନେତା ନଟବର ସେଠୀ, ଭୀମସେନ ମହାନ୍ତି, କୁଳମଣି ନାୟକ, ପ୍ରଫୁଲ୍ଲ କୁମାର କଣ୍ଠ, ଜିତେନ୍ଦ୍ର ପଣ୍ଡା, ଯୋଗେନ୍ଦ୍ର ମହାନ୍ତି, ରବିନ୍ଦ୍ର କୁମାର ସେଠୀ, ନାରାୟଣ ମଲିକ ,ଗୟାଧର ମଲିକ, କୈଳାସ ଚନ୍ଦ୍ର ସାହୁ, କାଲୁଆ ରାଉତ, ମନମୋହନ ସାମଲ, ରବିନ୍ଦ୍ର ବିଶ୍ୱ ।ଳ, ଭରତ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଜଗନ କେତକୀ ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇଥିଲେ ।
˜ ବ୍ୟାସନଗର: ସୌମ୍ୟାଶ୍ରୀ ମୃତୁ୍ୟ ଘଟଣାର ବିଚାରବିଭାଗୀୟ ତଦନ୍ତ ଓ ନାରୀନ୍ୟାୟ ତଥା ମୁଖ୍ୟମନ୍ତ୍ରୀ, ଉଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ପକ୍ଷରୁ ଦମକଳଗୋଲାଇ ଛକ ଠାରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଫଳରେ କେନ୍ଦୁଝର, କଳିଙ୍ଗନଗର ପାଣିକୋଇଲି ଆଡୁ ଆସୁଥିବା ସମସ୍ତ ଯାତାୟାତ ଠପ ହୋଇଯାଇଥିଲା । ବନ୍ଦକୁ ସମର୍ଥନ କରି କୁଆଁରଦା, ଚନ୍ଦମା, ନୂଆଗଡ, କହେଁଇପୁର ଓ ସାନ୍ତାରାପୁର ଗ୍ରାମର ବହୁ ଯୁବକ ଅଂଶଗ୍ରହଣ କରିଥିଲେ । ପ୍ରତିବାଦ ସଭା ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାବା ସାହେବ ଆମ୍ବେଦକର ସୃତି ସଂସଦର ସାଧାରଣ ସମ୍ପାଦକ ବାବୁଲାଲ ଗୁରୁ, ବରିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, କେକେସି ନେତା ପଦ୍ମନାଭ ନାୟକ, ବିଭୂତି ଭୂଷଣ ବଳିଆର ସିଂ, ପରୀକ୍ଷିତ ମଲିକ, ମହିନ୍ଦ୍ର କୁମାର ମହାପାତ୍ର, ବିଦ୍ୟାଧର ଯେନା, ପ୍ରତାପ କୁମାର ଦାସ,ଜିଲ୍ଲା ଓବିସି ସେଲ ନେତା ପ୍ରଶାନ୍ତ କୁମାର ସାହୁ, ଯୁବ କଂଗ୍ରେସ ନେତା ଅମିତ କୁମାର ଜେନ. ସେକ ବଦ୍ରି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ସିପିଏମ ପକ୍ଷରୁ ଶୋଭାଯାତ୍ରା
ନ୍ୟାୟିକ ତଦନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବରଖାସ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସିପିଆଇଏମ ଏବଂ ସିଆଇଟିୟୁ ପକ୍ଷରୁ ଏକ ଶୋଭାଯାତ୍ରା ପ୍ରଫୁଲ୍ଲ ନାୟକଙ୍କ ନେତୃତ୍ୱରେ ବାହାରି ରେଲୱେ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗୋପବନ୍ଧୁ ଛକ ଠାରେ ରାସ୍ତାରୋକ କରିବା ସହବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ଆନେ୍ଦାଳନରେ ପାନି କିସ୍କୁ, ମାଳତୀ ହାଁସଦା, ତ୍ରିଲୋଚନ ରାଉତ, ମନ୍ମଥ ରାୟ, ଜୟୀରାମ ମୂର୍ମୁ, ଲାଲମଣି ମୁଣ୍ଡା, ଗଙ୍ଗାଧର ନାୟକ, ନିତିମା ଟିୟୁ, ରାଜୁ ସିଂ, କୋଇଲି ବାସ୍କେ, ଗୁରୁବାରୀ ଲାଗୁରୀ, ସନ୍ତୋଷ ବରାଳ,ଲିଟି ଲାଗୁରୀ ପ୍ରମୁଖ ସାମିଲ ହୋଇଥିଲେ ।
ଏସ୍ୟୁସିଆଇ.(କମ୍ୟୁନିଷ୍ଟ)
ପାର୍ଟିର କର୍ମୀ, ସମର୍ଥକ ବନ୍ଦକୁ ସଫଳ କରିବା ପାଇଁ ପିକେଟିଂ କରିଥିଲେ । ଗୋପବନ୍ଧୁ ଛକରେ ପାର୍ଟିର ରାଜ୍ୟ କମିଟି ସଦସ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭାରେ ରାଜ୍ୟ କମିଟି ସଦସ୍ୟ କମ୍ରେଡ କେଦାରନାଥ ସାହୁ, ଜିଲ୍ଲା କମିଟି ସଦସ୍ୟ ନିରୁପମା ବେହେରା, ଦାନଗଦି ଆଞ୍ଚଳିକ କମିଟିର ସମ୍ପାଦକ କମ୍ରେଡ ବିଜୟ ଜେନା ତାଙ୍କ ବକ୍ତବ୍ୟରେ ସୌମ୍ୟାଶ୍ରୀଙ୍କ ମୃତୁ୍ୟରେ କେବଳ କଲେଜ ପ୍ରଶାସନ ନୁହେଁ ରାଜ୍ୟ ବିଜେପି ସରକାର ମଧ୍ୟ ସମାନ ଭାବେ ଦାୟୀ ବୋଲି ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଲେଖ ମଲ୍ଲିକ, ଶରତ ଜେନା, ସନ୍ତୋଷ ସାହୁ,ଛାତ୍ର ସଂଗଠକ ବିଶ୍ୱଜିତ ମଲ୍ଲିକ, ଯୁବ ସଂଗଠକ ସୌଦାଗର ବେହେରା, କାର୍ତ୍ତିକ ହାଲଦାର, ରାମଚନ୍ଦ୍ର ମଲ୍ଲିକ, ତୁଷାର ସେନ ମଲ୍ଲିକ ଆଦି ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ।