ଜିଲ୍ଲା ଓଲଷ୍ଟା ସାମ୍ବିଧାନିକ ସମ୍ମିଳନୀ
କେନ୍ଦ୍ରାପଡା : ନିଖିଳ ଉକôଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ସାମ୍ବିଧାନିକ ସମ୍ମିଳନୀ ତରାଣ୍ଡୋ ଉଚ୍ଚ ବିଦ୍ୟାଳୟଠାରେ ସଂଗଠନର ସଭାପତି ଦୟାନିଧି ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ରାଜ୍ୟସଂଘ ସଭାପତି ବିକ୍ରମ କୁମାର ଦାସ, ମୁଖ୍ୟବକ୍ତା ଭାବେ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଉପସଭାପତି ଧନେଶ୍ୱର ପାତ୍ର, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ, ଯୁଗ୍ମ ସାଧାରଣ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ଏଡିଟର ସୁଶାନ୍ତ କୁମାର ପ୍ରଧାନ, ସହ-ଏଡିଟର ସଚ୍ଚିଦାନନ୍ଦ ପରିଡା, କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ସାହାଣୀ, ଉପଦେଷ୍ଟା ବିଜୟ କୁମାର ଜେନା, ଗଗନ ବିହାରୀ ସାହୁ ରାଜ୍ୟସଂଘ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ରାଧାନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ବ୍ୟବସ୍ଥା ଓ ସଂଗଠନକୁ ସୁଦୃଢ କରିବା ଉପରେ ବକ୍ତାମାନେ ବକ୍ତବ୍ୟ ଦେଇଥିଲେ । ରାଜ୍ୟସଙ୍ଘ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଗାମୀ ତିନିବର୍ଷ ପାଇଁ କେନ୍ଦ୍ରାପଡ଼ା ରାଜସ୍ୱ ଜିଲ୍ଲା ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟ ସର୍ବସମ୍ମତି କ୍ରମେ ସମ୍ପାଦିତ ହୋଇଥିଲା । ନବ ନିର୍ବାଚିତ କର୍ମକର୍ତ୍ତା ଭାବେ ସଭାପତି କରୁଣାକର ଭଳ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମଲ୍ଲ, ଉପସଭାପତି ପ୍ରଫୁଲ୍ଲ କୁମାର ବାରିକ ଓ ପ୍ରଫୁଲ୍ଲ କୁମାର ପରିଡା, ସମ୍ପାଦକ ଅଶୋକ କୁମାର ସାହୁ, ଯୁଗ୍ମ ସମ୍ପାଦକ ତୁଷାରକାନ୍ତ ସ୍ୱାଇଁ, ସହ ସମ୍ପାଦକ ବିଭୁତି ଭୂଷଣ ଦାସ, ଅଧର କୁମାର ଜେନା, ବିମଳ ପ୍ରସାଦ ପଣ୍ଡା ଓ ତରଣୀ ସେନ ଲେଙ୍କା, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଉପଦେଷ୍ଟା ଭାବେ ଅବନି କୁମାର ମହାନ୍ତି, ବିଜୟ କୁମାର ଜେନା, ଗଗନ ବିହାରୀ ସାହୁ, ରମେଶ ଚନ୍ଦ୍ର ସାହାଣୀ ଓ ଦୟାନିଧି ସ୍ୱାଇଁ ନିର୍ବାଚିତ ହୋଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକର ସଭାପତି, ସମ୍ପାଦକ, ଶିକ୍ଷକ, ଶିକ୍ଷିକାମାନେ ଯୋଗ ଦେଇଥିଲେ । ଶେଷରେ ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ ଧନ୍ୟବାଦ ଦେଇଥିଲେ ।