ବିଇଓ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା 


ାା ପ୍ରଭାନୁ୍ୟଜ୍ ।ା ଆସିକା, : ଶିକ୍ଷା ବିଭାଗର ଅଜବ ନୀତି । ରାଜ୍ୟ ସରକାର ଗ୍ରାମ ପଂଚାୟତର ସରପଞ୍ଚଙ୍କ ପ୍ରଶିକ୍ଷଣ ଦେଉଛନ୍ତି । ପଲ୍ଲୀ ସଭା ଓ ଗ୍ରାମସଭା ହେଉଛି ଶକ୍ତିଶାଳୀ । ଏହି ଅଞ୍ଚଳର ସ୍କୁଲର ଶିକ୍ଷକ ଶୂନ୍ୟ ହେବା କାରଣରୁ ବନ୍ଦ ହୋଇ ଅନ୍ୟ ଏକ ପାଖ ସ୍କୁଲରେ ପାଠ ପଢିବାକୁ ଯିବାକୁ ହେବ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିବା ପାଇଁ ଶିଶୁ ସେହି ଗ୍ରାମରେ ଥିବା ବିଦ୍ୟାଳୟରେ ପାଠ ନପଢ଼ି ନିକଟରେ ଥିବା ଶିଳ୍ପ ଅଞ୍ଚଳ ରାସ୍ତା ଓ ରାଜ୍ୟ ରାଜପଥ ଅତିକ୍ରମ କରି ଚାଲି ଚାଲି ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଉଚ୍ଚÿ ପ୍ରାଥମିକ ସ୍କୁଲକୁ ଯିବାକୁ ସରକାର ନିଦେ୍ର୍ଦଶ ଦେଇଛନ୍ତି । କାଳଷଣ୍ଢପୁର ପଂଚାୟତର ସରପଞ୍ଚ ଜୟନ୍ତୀ ବେହେରା, ସମିତିସଭ୍ୟା ଡଲିରାଣୀ ଦାସ ଓ ଜିଲ୍ଲା ପରିଷଦ ସଦସ୍ୟ ବି ମନୋଜ କୁମାର ଦୋରା ଜାଣି ନାହାନ୍ତି  । ଭୁଲ କଲା କିଏ ଦଣ୍ଡ ଭୋଗିବ କିଏ । ଚଳିତ ଶିକ୍ଷା ବର୍ଷର ଅଧା ବର୍ଷ ସାରିବାକୁ ଆସିଥିଲେ ସୁଦ୍ଧା ପାଖାପାଖି ପଚାଶ ଜଣ ଛାତ୍ରଛାତ୍ରୀମାନେ ଅନ୍ୟ ସ୍କୁଲରେ ନାମ ଲେଖା ନକରି ଜିଦରେ ଅଟଳ ଅଛନ୍ତି । ପ୍ରଥମେ ସ୍କୁଲ ଆଗରେ ଧାରଣା ପରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି କୋମଳମତି ଶିଶୁ ଓ ଅଭିଭାବକ ବୃନ୍ଦ । ବ୍ଲକ ଶିକ୍ଷା ଅଧିକାରୀ ନିଜ ପାଖରେ କ୍ଷମତା ନାହିଁ କହି କଥାକୁ ହାଲକା ଭାବେ ନେଉଥିବା ବେଳେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ  ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିଷ୍ପତି ଉପରେ ଅପେକ୍ଷା କରିବାକୁ କହିଛନ୍ତି । ରାଜ୍ୟ ବିଧାନସଭା ଚାଲିଥିଲେ ମଧ୍ୟ ଏମାନଙ୍କ କଥା କେହି ଶୁଣିବାକୁ ନାହାନ୍ତି । ଆଉ କେତେ ଦିନ ପର୍ଯ୍ୟନ୍ତ ଧାରଣାରେ ବସିବେ ପିଲାମାନେ, ଅଭିଭାବକ ଓ ପଂଚାୟତ ପ୍ରତିନିଧି । ଯଥାଶୀଘ୍ର ରାଜ୍ୟ ଶିକ୍ଷା ବିଭାଗ ଏଥି ପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।