ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୩ମାସର ଆଗୁଆ ୧୫କିଲୋ ଚାଉଳ ମିଳିବ

ଭୁବନେଶ୍ୱର:  ସାଧାରଣ ବଂଟନ ବ୍ୟବସ୍ଥାରେ ହିତାଧିକାରୀମାନଙ୍କୁ ୩ମାସର ଆଗୁଆ ୧୫କିଲୋ ଚାଉଳ ମିଳିବ । ଏହାବ୍ୟତୀତ ଇ-ଶ୍ରମିକ ପଞ୍ଜିକରଣରେ ବାଦ୍ ପଡ଼ିଥିବା ଆଉ ୧.୩୧ଲକ୍ଷ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟ ଖାଦ୍ୟ ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାଧାରଣ ବଂଟନ ବ୍ୟବସ୍ଥାର ସମୀକ୍ଷା କରି ହିତାଧିକାରୀମାନଙ୍କୁ ୩ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ହିତାଧିକାରୀଙ୍କୁ ୩ମାସ(ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫କିଲୋ ଲେଖାଏଁ ଚାଉଳ ପାଇବେ । ଏହି ପ୍ରକ୍ରିୟା ଅକ୍ଟୋବର ପହିଲାଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ଲକ୍ଷ ପରିବାର ଏପର୍ୟ୍ୟନ୍ତ ଚାଉଳ ପାଇନାହାନ୍ତି । ଏହି ପରିବାରଗୁଡ଼ିକୁ ତୁରନ୍ତ ଚାଉଳ ବଂଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।