ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଆନେସ୍ଥେସିଆଦେଇ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କେବଳ ସ୍ୱାମୀ ନୁହେଁ ଏହି କାଣ୍ଡରେ ୨ ଜଣ ପ୍ରେମିକା ବି ସାମିଲ ଅଛନ୍ତି । ୨ଜଣ ପ୍ରେମିକା ପାଇଁ ସ୍ୱାମୀ ଏଭଳି ଜଘନ୍ୟକାଣ୍ଡ ଭିଆଇଛି । ଏନେଇ ଭରତପୁର ଥାନା ପୁଲିସ ହତ୍ୟାକାରୀ ସ୍ୱାମୀ ସହ ୨ ଜଣ ପ୍ରେମିକାଙ୍କୁ ବି ଗିରଫ କରିଛି । ୪ ବର୍ଷ ତଳେ ଜହ୍ଲାଦ ସ୍ୱାମୀ ଜଣକ ପ୍ରେମ ବିବାହ କରିଥିଲା । ସ୍ୱାମୀ ଏକ ଘରୋଇ ହସ୍ପିଟାଲରେ ଫାର୍ମାସିଷ୍ଟଭାବେ କାମ କରୁଥିଲା । ପ୍ରେମିକା କୁହାଯାଉଥିବା ସମ୍ପୃକ୍ତ ୨ ଯୁବତୀ ମଧ୍ୟ ନର୍ସିଂ ପଢ଼ିଥିବା ସୂଚନା ରହିଛି । ଗତ ୨୮ ତାରିଖ ଦିନ ସ୍ୱାମୀ ନିଜ ସ୍ତ୍ରୀକୁ ଧରି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲା । ଆଉ କହିଥିଲା ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ସେତେବେଳକୁ ତାଙ୍କର ମୃତୁ୍ୟ ଘଟିଥିଲା । ପରେ ବ୍ୟବଚ୍ଛେଦ ରିପୋର୍ଟ ସବୁ ଗୁମର ଖୋଲିଦେଇଥିଲା ।