ବୁଲୁଛି ଦନ୍ତାହାତୀ, ଗ୍ରାମବାସୀ ଭୟଭୀତ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀର ଗଳିକନ୍ଦିରେ ଗୋଠଛଡା ଦନ୍ତାହାତୀ ଇତସ୍ତତଃ ହୋଇ ବୁଲୁଛି । ଢେଙ୍କାନାଳ ବନଖଣ୍ଡ ହାତୀପଲରୁ ଗୋଠଛଡା ହୋଇ ୨ ଦିନ ପୂର୍ବେ ଏକ ଦନ୍ତାହାତୀ ଚମ୍ପୁଆ ରେଞ୍ଜ ଅଞ୍ଚଳ ଓ ହଦଗଡ ରେଞ୍ଜ ଦେଇ ଭଦ୍ରକ ଜିଲ୍ଲାର ବନ୍ତ ଅତିକ୍ରମ କରି ଭଣ୍ଡାରିପୋଖରୀ ଅଞ୍ଚଳରେ ପ୍ରବେଶ କରିଥିଲା ବୋଲି ଭଦ୍ରକ ବନଖଣ୍ଡ ଜିଲ୍ଲା ଅଧିକାରୀ ସୌଭାଗ୍ୟ ସାହୁ ସୂଚନା ଦେଇଛନ୍ତି । ନଗୁଆଁ ପଞ୍ଚାୟତ, ଦକ୍ଷିଣବାଡ ପଞ୍ଚାୟତ ଆଦି ବିଭିନ୍ନ ଗ୍ରାମରେ ହାତୀଟି ଘୁରି ବୁଲିଥିଲା । ଭଣ୍ଡାରିପୋଖରୀ ବ୍ଲକ ଛକ, ବଜାର, ହାଇଲେବୁଲ କେନାଲ ଦେଇ ଏଣେତେଣେ ବୁଲୁଥିôବା ଜଣାଯାଇଛି । ହାତୀଟି ବିଭିନ୍ନ ଆଡେ ଯାଉଥିଲେ ମଧ୍ୟ କାହାର କିଛି ଅନିଷ୍ଟ କରୁନଥିବା ଜଣାଯାଇଛି । ବନ ବିଭାଗ ପକ୍ଷରୁ ଶ୍ରୀ ସାହୁଙ୍କ ନିଦେ୍ର୍ଦଶ କ୍ରମେ ଧାମନଗର ବନଖଣ୍ଡ ରେଞ୍ଜର ସୁଷମା ସାହୁ, ଆଗରପଡା ବନପାଳ ବସନ୍ତ କୁମାର ମାଝୀ, ଭଣ୍ଡାରିପୋଖରୀ ବନପାଳ କୃଷ୍ଣଚନ୍ଦ୍ର ବାସ୍କେ ଓ ଅନ୍ୟକର୍ମଚାରୀ ମାନେ ହାତୀକୁ ସୁରକ୍ଷା ଦେବା ସହ ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ସତର୍କ କରାଉଛନ୍ତି ।  ରିପୋର୍ଟ ପ୍ରସ୍ତୁତ ହେବା ସମୟରେ ହାତୀଟି ବାଲିପୋଖରୀ ପହଞ୍ଚô ନଦୀକୂଳ ଆଡକୁ ଯାଉଥିଲା ବୋଲି ଜଣାଯାଇଛି ।
ବନ୍ତ: ବନ୍ତବ୍ଲକରେ ପଶିଲା ହାତୀ । ହଦଗଡ଼ ଜଙ୍ଗଲରୁ ବାହାରି ବନ୍ତ ବ୍ଲକରେ ପଶିଛି ଦନ୍ତା ହାତୀ  । ଯାହାକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ପୁଲିସ ନାକେଦମ୍ ହେଲେଣି  । ଗତକାଲି ରାତିରେ ରାମଚନ୍ଦ୍ରପୁର ଗ୍ରାମରେ ଦେଖିବାଳୁ ପାଇଥିଲେ ଲୋକେ ପରେ ଆଜି ଟିଲୋରେ ଦେଖିବାକୁ ମିଳିଥିଲା ଗଜରାଜଙ୍କୁ ପରେ ରାଜ୍ୟ ରାଜପଥରେ ଟିଲୋ, ଛୟାଳସିଂହ, ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମ ଦେଇ ରାମକୃଷ୍ଣପୁର, ରାମପୁର ଦେଇ ଭଦ୍ରକ ବ୍ଲକ ଆର ଏନ ବେତରା ଗଜରାଜ୍, ତୋଡଙ୍ଗା ପଞ୍ଚାୟତ ଅତିକ୍ରମ କରି ଭଣ୍ଡାରିପୋଖରୀ ବ୍ଲକରେ ପହଂଚି ଥିଲା ଗଜରାଜ  । ନାକେଦମ୍ ହେଲେଣି ବନ ବିଭାଗ କର୍ମଚାରୀ ଏବଂ ପୁଲିସ୍ । ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଦେଇ ବନ୍ତ ବ୍ଲକ ଭିତରେ ପଶିଛି ହାତୀ  । ରାସ୍ତା ମଝିରେ ହାତୀ ଯାଉଥିବା ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏପିରିକି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ତେବେ କେନ୍ଦୁଝର ହାଟଡିହି ଅଞ୍ଚଳରୁ ରାତ୍ରୀ ସମୟରୁ ହାତୀଟି ବନ୍ତ ଅଞ୍ଚଳକୁ ଆସିଥିବା ହଦଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବନବିଭାଗ ଓ ପୁଲିସ ଟିମ ହାତୀକୁ ଏସ୍କାର୍ଟ ଦେଉଛି । ଲୋକଙ୍କୁ ଭିଡ ନକରିବା ପାଇଁ ପରାମର୍ଶ ଦେଇଛି ବନବିଭାଗ ।