ବଧୂହତ୍ୟା ଅଭିଯୋଗ 


ାା ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର,: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଉଡିଆ ଗ୍ରାମର ମନ୍ମଥ ମଲ୍ଲିକଙ୍କ ପନôୀ ରଶ୍ମିତା (୩୧)ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ପୁଲିସ ୪୨୬/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଶୁକ୍ରବାର ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ କରିଛି । ଅଭିଯୋଗ ଅନୁଯାଇ ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସ୍ୱାଇଁ ଖଣ୍ଡ ଗ୍ରାମର ଅକ୍ଷୟ ମଲିକଙ୍କ ଝିଅ ରଶ୍ମିତା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଉଡିଆ ଗ୍ରାମର ଯୋଗେନ୍ଦ୍ର ମଲିକଙ୍କ ପୁଅ ମନ୍ମଥଙ୍କୁ ବିବାହ କରିଥିଲେ । ଗତ କିଛି ଦିନ ଧରି ଉଭୟଙ୍କ ଭିତରେ ଝଗଡ଼ା ଲାଗିରହିଥିଲା ଏବଂ ଭଦ୍ରଲୋକ ମାଧ୍ୟମରେ ମିଳାମିଶା ମଧ୍ୟ କରାଯାଇଥିଲା । ତେବେ ରଶ୍ମିତା ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବାପା ଅକ୍ଷୟ ହତ୍ୟା ଅଭିଯୋଗ କରିଛନ୍ତି ।