ଇନ୍ଦିରାଙ୍କ ରେକର୍ଡ଼ ଭାଙ୍ଗିଲେ ମୋଦି


 ଭୁବନେଶ୍ୱର  : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଇନ୍ଦିରା ପ୍ରଧାନମନ୍ତ୍ରୀ ପଦରେ ଏକାଦିକ୍ରମେ ୪୦୭୭ ଦିନ ଥିବାବେଳେ ମୋଦି ଏହି ପଦରେ ଏକାଦିକ୍ରମେ ୪୦୭୮ ଦିନ ରହିବାର ଗୌରବ ହାସଲ କରିସାରିଛନ୍ତି  । ଇନ୍ଦିରା ଗାନ୍ଧୀ ୧୯୬୬ରୁ ୧୯୭୭ ପର୍ଯ୍ୟନ୍ତ ଲଗାତର ପ୍ରଧାନମନ୍ତ୍ରୀ ଥିବାବେଳେ ମୋଦି ୨୦୧୪ରୁ ଏଯାବତ୍ ପ୍ରଧାନମନ୍ତ୍ରୀ ଅଛନ୍ତି  ।
୨୦୦୧ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ  । ଗତ ୨୪ ବର୍ଷ ଧରି ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ନେତୃତ୍ୱ ନେଇ ଆସୁଛନ୍ତି  । ଦେଶ ସ୍ୱାଧୀନତା ପାଇବା ପରେ ଜନ୍ମିତ ପ୍ରଥମ ଓ ଏକମାତ୍ର ପ୍ରଧାନମନ୍ତ୍ରୀ ଭାବେ ବି ସେ ରେକର୍ଡ଼ କରିଛନ୍ତି  । ଖାଲି ସେତିକିନୁହେଁ ଅଣହିନ୍ଦୀ ଭାଷା ଅଞ୍ଚଳର ପ୍ରଧାନମନ୍ତ୍ରୀ ଭାବେ ସେ ସର୍ବାଧିକ ସମୟ କ୍ଷମତାରେ ରହିବାର ଗୌରବ ହାସଲ କରିଛନ୍ତି  । ଏତଦବ୍ୟତୀତ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ରହିଛନ୍ତି  ।