କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ : ବଢୁଛି ଚୋରା ମଦ କାରବାର
କୁହିକା: ସୁକିନ୍ଦା ଥାନା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚାରା ମଦ ବେପାରୀ ସକ୍ରିୟ ହେବାରେ ଲାଗିଲାଣି । ଦିନ ଦ୍ୱିପହରରେ ପେଟି ପେଟି ମଦ କାରବାର ହେଉଛି । ମଦ ଦୋକାନରେ ମଧ୍ୟ କଳାବଜାରୀ ହେଉଛି । ସଧାରଣ ଲୋକଟିଏ ପିବାକୁ ଇଚ୍ଛା କଲେ ହାତ ପାହାନ୍ତାରେ ମଦ ମିଳି ପାରୁଛି । ଯାହା କି ଏହି କିଛି ଦିନ ହେବ ମଦ ମାଫିଆ ପ୍ରବଳ ମତ୍ରାରେ ସକ୍ରିୟ ହେବାର ଦେଖିବାକୁ ମିଳିଛି । କାଙ୍କଡପାଳ ପଞ୍ଚାୟତର ଗିରିଙ୍ଗାମାଳି, ଗରମିଆଁ, ଚଟିକିପଶି, କୁହିକା ପଞ୍ଚାୟତର ବାମ୍ବିଲୋ ଶିବମନ୍ଦିର ପାଖ, କୁହିକା ପୋଲ ପାଖ, ଗନ୍ଧାପାଳ, ପିମ୍ପୁଡିଆ ପଞ୍ଚାୟତ ରେଙ୍ଗାଲି ପାଖ, ବଳିଆଞ୍ଜିର, ଆମ୍ବପାଳ, ବନ୍ଧଗାଁ ପଞ୍ଚାୟତର ମାଣତିରା, ଦୁଧୁଯୋରୀ ପଞ୍ଚାୟତର ପୁବଳରେ ଗୋଟିଏ, ଦାମୋଦରପୁର, ହରିପୁର ପଞ୍ଚାୟତ, ଲେମ୍ବୋ ପଞ୍ଚାୟତ ସିଙ୍ଗାଡିଆ ଓ ସାନ୍ତେରାପୁର୍ ଓ ଅଶୋକଝରରେ ବାହୁମାତ୍ରାରେ ଚୋରା ମଦ କାରବାର ହେଉଛି । ତାହା ସହିତ ପାନ ଦୋକାନ ଓ ହୋଟେଲ ମାନଙ୍କରେ ମଧ୍ୟ ଚୋରା ବେପାର ଚାଲିଛି ବୋଲି ଅଭିଯୋଗ ହେଉଛି । ଯାଜପୁର ଜିଲାର ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲା ଭଳି ଅନୁମାନ ହେଉଛି । ଗଛରୁ ପତ୍ର ପଡ଼ିଲା ଭଳି ଯୁଆଡେ ଦେଖିବ ମଦବୋତଲ ଭୂଇଁରେ ପଡ଼ିଛି । ଅନେକ ସମୟରେ ଛକ ବଜାରରେ ମଦୁଆ ମାନଙ୍କ ମଧ୍ୟରେ ଝଗଡ଼ା ଲାଗିବାର ଦେଖିବାକୁ ମିଳେ । ଯାହାଫଳରେ ପଥଚାରୀଟେ ବହୁ ସମସ୍ୟାରେ ପଡ଼ିଥାଏ । ମହୁଲି ସାଙ୍ଗକୁ ବିଦେଶୀ ମଦକାରବାର ବ୍ୟାପକ ବୃଦ୍ଧି ପାଇଥିବା ବେଳେ ବେପାରୀ ମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।