ଆଉ ଦୁଇ କମ୍ପାନୀକୁ "ନବରତ୍ନ' 

ନୂଆଦିଲ୍ଲୀ :  ରେଳବାଇର ଦୁଇଟି ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଏବଂ ଇଣ୍ଡିଆନ୍ ରେଲୱେ ଫାଇନାନ୍ସ କର୍ପୋରେସନ୍ (ଆଇଆର୍ଏଫସି)କୁ  କେନ୍ଦ୍ର ସରକାର ‘ନବରନô' ମାନ୍ୟତା ପ୍ରଦାନ କରିଛନ୍ତି । ଏଥିସହିତ ଆଇଆରସିଟିସି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସ୍ଇ) ମଧ୍ୟରେ ୨୫ତମ ନବରନô ପାଲଟିଥିବା ବେଳେ ଆଇଆର୍ଏଫସି ଏବେ ୨୬ତମ ସ୍ଥାନରେ ରହିଛି ।  ନୂତନ ମାନ୍ୟତା ଏହି କମ୍ପାନୀଗୁଡ଼ିକୁ ଅଧିକ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବ ଏବଂ ସେମାନେ ସରକାରଙ୍କ ଅନୁମୋଦନ ବିନା ୧,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହି ପଦକ୍ଷେପ ସେମାନଙ୍କୁ ଦ୍ରୁତ ବ୍ୟବସାୟିକ ନିଷ୍ପତ୍ତି ନେବା ଏବଂ ଦକ୍ଷତାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।ଦ୍ଭ ୭ ପୃଷ୍ଠାରେ...